ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଟି ତଳୁ ଉଦ୍ଧାର ହେଲା ମାଓ ସାମଗ୍ରୀ । ଏଗୁଡିକ କୌଣସି ବିସ୍ଫୋରକ ସାମଗ୍ରୀ ନହୋଇ ଖାଦ୍ୟ ଏବଂ ବିଦ୍ୟୁତ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ I ଏହି ସାମଗ୍ରୀ ଗୁଡିକ ମଧ୍ୟରେ ୧୨୦ କେଜି ଚାଉଳ, ଡାଲି ୧୧ କେଜି, ୬ କିଲୋ ଚିନି, ସୋରିଷ ତେଲ ୧୬ ଲିଟର, ଚା ଗୁଣ୍ଡ ୨୮ ପ୍ୟାକେଟ୍, ହଳଦି ଗୁଣ୍ଡ ୧୫ ପ୍ୟାକେଟ, ସୋଲାର ପ୍ଲେଟ୍ ଆଦି ଜବତ ହୋଇଛି । ଛତିଶଗଡ଼ ଧମତରି […]

Samaya Live Picture
Published On

ମାଲକାନଗିରି : ମାଟି ତଳୁ ଉଦ୍ଧାର ହେଲା ମାଓ ସାମଗ୍ରୀ । ଏଗୁଡିକ କୌଣସି ବିସ୍ଫୋରକ ସାମଗ୍ରୀ ନହୋଇ ଖାଦ୍ୟ ଏବଂ ବିଦ୍ୟୁତ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ I ଏହି ସାମଗ୍ରୀ ଗୁଡିକ ମଧ୍ୟରେ ୧୨୦ କେଜି ଚାଉଳ, ଡାଲି ୧୧ କେଜି, ୬ କିଲୋ ଚିନି, ସୋରିଷ ତେଲ ୧୬ ଲିଟର, ଚା ଗୁଣ୍ଡ ୨୮ ପ୍ୟାକେଟ୍, ହଳଦି ଗୁଣ୍ଡ ୧୫ ପ୍ୟାକେଟ, ସୋଲାର ପ୍ଲେଟ୍ ଆଦି ଜବତ ହୋଇଛି । ଛତିଶଗଡ଼ ଧମତରି ଜିଲ୍ଲା ଇକାଭରି ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଜବତ ହୋଇଛି I DRG ଓ CRPF ବାହିନୀ ମିଳିତ ଭାବରେ ନକ୍ସଲ ବିରୋଧୀ ଅପରେସନକୁ ଯାଇଥିବାବେଳେ ମାଓବାଦୀଙ୍କ ଏହି ଦମ୍ପକୁ ଠାବ କରିଥିଲେ I

ଗାଁ ଲୋକଙ୍କୁ ଡରାଇ ଏପରି କିଛି ଖାଦ୍ୟ ସାମଗ୍ରୀ ମାଓବାଦୀ ମାନେ ନିଜ ପାଖରେ ରଖିଥିବା ଜଣାପଡିଛି । ଜଙ୍ଗଲରେ ସୁରକ୍ଷାବାହିନୀର କୁମ୍ବିଂ ଅପରେସନ ପାଇଁ ମାଓବାଦୀ ମାନେ ବାହାରକୁ ଆସି ପାରୁନାହାନ୍ତି । ଆଉ ନିଜ ଖାଦ୍ୟ ସୁରକ୍ଷା ପାଇଁ ଧମକ ଚମକ ଦେଇ ଲୋକଙ୍କଠୁ ଖାଦ୍ୟ ସାମଗ୍ରୀ ଆଣି ମାଟିତଳେ ମହଜୁଦ ରଖୁଥିବା ଜଣାପଡିଛି । ମାଓବାଦୀଙ୍କ ଏପରି କୌଶଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ପୁଣିଥରେ ମାଓ ସଙ୍ଗଠନ ମୁଣ୍ଡ ଟେକିବା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପୋଲିସ ଓ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି । କିଛିଦିନ ପୂର୍ବରୁ ଟେକାଲଗୁଡ଼ାମ ନିକଟରେ ମାଓବାଦୀମାନେ IED ବିସ୍ଫୋରଣ ଘଟଣାରେ ୬ ଜଣ ମାଓବାଦୀଙ୍କୁ ଗିରଫ କରିଥିଲେ ସୁରକ୍ଷାକର୍ମୀ I

Tags: