ଖତଗଦାରୁ ବିଡା ବିଡା ବିଦା ଟଙ୍କା ଜବତ
ଜଳେଶ୍ୱର : ହାଇଦ୍ରାବାଦ ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୧ ଲକ୍ଷ ଟଙ୍କା ଚୋରି ଘଟଣା । ଖତଗଦାରୁ ବିଡା ବିଡା ଟଙ୍କା ଜବତ କଲା ହାଇଦ୍ରାବାଦ ପୋଲିସ । ଜଳେଶ୍ୱର ଥାନା ଅନ୍ତର୍ଗତ କମର୍ଦା ବଡମଣ୍ଡାଋଣୀ ଗାଁରେ ହାଇଦ୍ରାବାଦ ପୋଲିସ ର ଚଢ଼ାଉ । ଏହି ଘଟଣାରେ ଅଟକ ରଖିଛି ପୋଲିସ। ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୧ ଲକ୍ଷ ଟଙ୍କା ଚୋରି କରି ସଲାକଙ୍କ ହାତରେ ପଠାଇଥିଲା ଭିଣୋଇ । ତେବେ ଘଟଣା ପରେ ଫେରାର ରହିଛି ଭିଣୋଇ । […]
ଜଳେଶ୍ୱର : ହାଇଦ୍ରାବାଦ ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୧ ଲକ୍ଷ ଟଙ୍କା ଚୋରି ଘଟଣା । ଖତଗଦାରୁ ବିଡା ବିଡା ଟଙ୍କା ଜବତ କଲା ହାଇଦ୍ରାବାଦ ପୋଲିସ । ଜଳେଶ୍ୱର ଥାନା ଅନ୍ତର୍ଗତ କମର୍ଦା ବଡମଣ୍ଡାଋଣୀ ଗାଁରେ ହାଇଦ୍ରାବାଦ ପୋଲିସ ର ଚଢ଼ାଉ । ଏହି ଘଟଣାରେ ଅଟକ ରଖିଛି ପୋଲିସ। ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୧ ଲକ୍ଷ ଟଙ୍କା ଚୋରି କରି ସଲାକଙ୍କ ହାତରେ ପଠାଇଥିଲା ଭିଣୋଇ । ତେବେ ଘଟଣା ପରେ ଫେରାର ରହିଛି ଭିଣୋଇ ।
ସୂଚନା ଅନୁଯାୟୀ ବଡମନ୍ଦାରୁଣୀ ଗାଁର ଉମାକାନ୍ତ ବେହେରାଙ୍କ ଜ୍ବାଇଁ ଗୋପାଳ ବେହେରା ହାଇଦ୍ରାବାଦରେ ଏକ ଆଗ୍ରୋ ଇଣ୍ତଷ୍ଟ୍ରିରେ ଦୀର୍ଘ ୧୦ ବର୍ଷ ଧରି କାମ କରିଆସୁଥିଲେ । ତେବେ ଗତ ୮/୯/୧୦ ତାରିଖ ତିନି ଦିନ ବ୍ଯାଙ୍କ ବନ୍ଦ ଥିବାରୁ କମ୍ପାନୀର ଲକରରେ ଟଙ୍କା ରଖାଯାଇଥିଲେ । ଯାହା ବିଷୟରେ ଜାଣିଥିଲେ ଗୋପାଳ । ଗୋପାଳ କୌଶଳ କ୍ରମେ ଟଙ୍କା ଚୋରି କରି ହାଇଦ୍ରାବାଦରେ ରହୁଥିବା ତାଙ୍କ ଶଳା ରବିନ୍ଦ୍ର ବେହାରାଙ୍କୁ ଟଙ୍କା ଦେଇ ଘରକୁ ପଠାଇ ଥିଲେ । ରବିନ୍ଦ୍ର ଜଳେଶ୍ବର ଷ୍ଟେସନ ଆସି ବାପା ମାଙ୍କୁ ଟଙ୍କା ଦେଇ ପୁଣି ହାଇଦ୍ରାବାଦ ଫେରି ଯାଇଥିଲେ । ବର୍ତ୍ତମାନ ରବିନ୍ଦ୍ର ହାଇଦ୍ରାବାଦରେ ଅଟକ ଥିବା ବେଳେ ରବିନ୍ଦ୍ରଙ୍କ ମାଙ୍କୁ ଏବେ ପୋଲିସ ଅଟକ ରହିଛି ।




