ଉପଦ୍ରଵକାରୀଙ୍କ ବିରୋଧରେ ଲାଗୁହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜ୍ଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୁଲିସ୍‌ ମୁତୟନ ଅଛନ୍ତି । ସ୍ଥିତି ସ୍ବାଭାବିକ ରହିଛି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି। ଭାଇରାଲ ବି କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, […]

ଉପଦ୍ରଵକାରୀଙ୍କ ବିରୋଧରେ ଲାଗୁହେବ ଦେଶଦ୍ରୋହ ମାମଲା
Samaya Live Picture
Published On

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜ୍ଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୁଲିସ୍‌ ମୁତୟନ ଅଛନ୍ତି । ସ୍ଥିତି ସ୍ବାଭାବିକ ରହିଛି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି। ଭାଇରାଲ ବି କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କଡ଼ା ଚେତାବନୀ ଦେଇଛନ୍ତି।

ଦୁର୍ଗାପୂଜା ଭଷାଣୀ ସମୟରେ ହୋଇଥିବା ଗୋଷ୍ଠୀ ବିବାଦ ପରଠୁ କଡ଼ା ସୁରକ୍ଷା ବଳୟରେ ରହିଛି କଟକ । ସହରରେ ଏବେ ସ୍ବାଭାବିକ ରହିଛି ସ୍ଥିତି । ସୋସିଆଲ ମିଡିଆରେ ଶୋଭାଯାତ୍ରା ବାହାରିବା ନେଇ ଗୁଜବ ସୃଷ୍ଟି ହେଉଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଛକ ଛକରେ ପୋଲିସ୍ ଜଗିଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଛ ଗୁଜବକୁ ବିଶ୍ଵାସ ନ କରିବାକୁ ଅପିଲ୍ କଲେ ପୋଲିସ କମିଶନର । ଯେଉଁମାନେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି, ସେମାନଙ୍କ ଅଭିଭାବକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି । ନିଜ ପିଲାଙ୍କୁ ଏହି ସବୁ କାର୍ଯ୍ୟରୁ ନିବୃତ ରଖନ୍ତୁ, ନଚେତ ସେମାନଙ୍କ ଭବିଷ୍ୟତ ଖରାପ ହେବା ସହିତ ଚାକିରି ମିଳିବାରେ ଅସୁବିଧା ହୋଇପାରେ ବୋଲି କହିଛନ୍ତି ପୋଲିସ୍ କମିଶନର ।

Tags: