କଡାକଡି ହେଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା
ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସଙ୍କୁ ଆଲର୍ଟ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ନିୟମିତ ଚେକ୍ ହେଉଛି । ଶ୍ରଦ୍ଧାଳୁଙ୍କୁ ଚାରିଦ୍ୱାରେ ଫ୍ରିସ୍କିଂ କରାଯାଇ ଭିତରକୁ ଛଡ଼ାଯାଉଛି […]
ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସଙ୍କୁ ଆଲର୍ଟ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ନିୟମିତ ଚେକ୍ ହେଉଛି । ଶ୍ରଦ୍ଧାଳୁଙ୍କୁ ଚାରିଦ୍ୱାରେ ଫ୍ରିସ୍କିଂ କରାଯାଇ ଭିତରକୁ ଛଡ଼ାଯାଉଛି । ପୁରୀର ଚାରି ସାମୁଦ୍ରିକ ଥାନାକୁ ମଧ୍ୟ ଆଲର୍ଟ କରାଯାଇଥିବା ପୁରୀ ଏସପି କହିଛନ୍ତି ।
ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନି ଜଣ ଆସାଷ୍ଟାଣ୍ଟ କମାଣ୍ଡାଣ୍ଟ ନିୟୋଜିତ ହୋଇଛନ୍ତି । ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି । ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି।




