ଆଜିଠାରୁ ଭୁବନେଶ୍ବରରୁ ଜୟପୁରକୁ ଦ୍ବିତୀୟ ବିମାନ ସେବା ଆରମ୍ଭ
ଭୁବନେଶ୍ୱର : ଆଜି ଦ୍ଵିତୀୟ ଥର ପାଇଁ ଭୁବନେଶ୍ବର-ଜୟପୁରକୁ ଉଡିଲା ବିମାନ । ସପ୍ତାହକୁ ୨ ଦିନ ଯଥା ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍ । ପ୍ରାରମ୍ଭିକ ଅଫରରେ ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ। ଆଜି ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ିବା ପରେ ଜୟପୁରରେ ୮ଟା ୪୦ ମିନିଟରେ ପହଞ୍ଚିଛି ଏହି ବିମାନ। ଏହାପରେ ୯ଟାରେ ଜୟପୁରରୁ ଭୁବନେଶ୍ୱର […]
ଭୁବନେଶ୍ୱର : ଆଜି ଦ୍ଵିତୀୟ ଥର ପାଇଁ ଭୁବନେଶ୍ବର-ଜୟପୁରକୁ ଉଡିଲା ବିମାନ । ସପ୍ତାହକୁ ୨ ଦିନ ଯଥା ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍ । ପ୍ରାରମ୍ଭିକ ଅଫରରେ ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ।
ଆଜି ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ିବା ପରେ ଜୟପୁରରେ ୮ଟା ୪୦ ମିନିଟରେ ପହଞ୍ଚିଛି ଏହି ବିମାନ। ଏହାପରେ ୯ଟାରେ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି ବିମାନ। ଗତ ବର୍ଷ ଭୁବନେଶ୍ବର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ବିତୀୟ ବିମାନ ସେବା ଆରମ୍ଭ ହୋଇଛି ।
ଏହି ବିମାନରେ ୯ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି । ଜୟପୁରକୁ ଗୋଟିଏ ବିମାନ କମ୍ ପଡୁଥିବାର ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗ୍ରସ୍ତ ସମୟରେ ଆଉ ଏକ ବିମାନ ଚଳାଇବାକୁ ଅନୁରୋଧ କରିଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ଦାବି ଉପରେ ମୋହର ମାରିଥିବାରୁ ଜୟପୁରବାସୀ କୃତଜ୍ଞତା ଜଣାଇଛନ୍ତି । ଏହି ବିମାନ ସେବା ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ସହ ଲୋକଙ୍କ ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ ।




