ସେବାୟତଙ୍କୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ : ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ମରଣାନ୍ତକ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାସୁଦେବ ମଣ୍ଡଳ ଓରଫ ବାସୁ କୁ ଗିରଫ କରିଛି ଗିରଫ କରିଛି ସିଂହଦ୍ଵାର ଥାନା ପୁଲିସ। ବାସୁ ଠାରୁ ପୁଲିସ ଏକ ଭୁଜାଲି ଜବତ କରିଛି। ଏହି ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରି […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ମରଣାନ୍ତକ କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାସୁଦେବ ମଣ୍ଡଳ ଓରଫ ବାସୁ କୁ ଗିରଫ କରିଛି ଗିରଫ କରିଛି ସିଂହଦ୍ଵାର ଥାନା ପୁଲିସ। ବାସୁ ଠାରୁ ପୁଲିସ ଏକ ଭୁଜାଲି ଜବତ କରିଛି। ଏହି ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ଗତ ୧୮ ତାରିଖ ଅପରାହ୍ନରେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଠାରେ ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା ବାସୁ । ଗୁରୁତର ଅବସ୍ଥାରେ ବକ୍ସିଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ ଭାବେ ରାବିଡି ବିକ୍ରିକୁ ବାରଣ କରିବାରୁ ଏହି ହତ୍ୟା ଉଦ୍ୟମ ଘଟଣା ଘଟିଥିବା ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Tags: