ରାଜ୍ୟକୁ ଘାରିଲା ସ୍କ୍ରବ ଟାଇଫସ ଚିନ୍ତା
ବରଗଡ଼ : ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ I ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସକୁ ନେଇ ଘାରିଲା ଚିନ୍ତା I ଏଥିପାଇଁ ଗତକାଲି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ I ସୂଚନାଯୋଗ୍ୟ ,ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି I ସେପଟେ ଭୀମସାରରେ ୨୨ ଜଣଙ୍କ ଠାରେ ସ୍କ୍ରବ ଟାଇଫସ ଚିହ୍ନଟ ପରେ ରାଜ୍ୟ ସରକାର […]
ବରଗଡ଼ : ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ I ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସକୁ ନେଇ ଘାରିଲା ଚିନ୍ତା I ଏଥିପାଇଁ ଗତକାଲି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ I
ସୂଚନାଯୋଗ୍ୟ ,ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି I ସେପଟେ ଭୀମସାରରେ ୨୨ ଜଣଙ୍କ ଠାରେ ସ୍କ୍ରବ ଟାଇଫସ ଚିହ୍ନଟ ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି I ବରଗଡ଼ ଜିଲ୍ଲାରେ ୨ ସପ୍ତାହରେ ସ୍କ୍ରବ ଟାଇଫସରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବରଗଡ ସିଡିଏମଓ ସୂଚନା ଦେଇଛନ୍ତି I ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା କଥା ଯେ ସାବଧାନ ରୁହନ୍ତୁ I ଏବେ ସ୍କ୍ରବ ଟାଇଫସ ମାତିଛି I ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି I ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି I ଏହି ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ I ମୃତ୍ୟୁ ସମ୍ଭାବନା ବି ଅଛି I ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ I ଯାହାକୁ ଏଚାର ବୋଲି କୁହାଯାଏ I ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚଏଲ ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି I ଚିହ୍ନଟ ହେଲେ ଚିକିତ୍ସା ସହଜ I ସାଧାରଣ ଆଣ୍ଟିବାୟୋଟିକ କାମ ଦେବ I ଯାହାର ଜ୍ୱର କମୁନି, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I




