ମାତୁଛି ‘ସ୍କ୍ରବ ଟାଇଫସ’,୧୨ ଦିନରେ ୫ ମୃତ
ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ର କାୟା ବିସ୍ତାର ପରେ ବର୍ତ୍ତମାନ ମୁଣ୍ଡ ଟେକିଛି ସ୍କ୍ରବ ଟାଇଫସ୍ । ‘ଚି଼ଗର’କୀଟ କାମୁଡାରୁ ଏହି ରୋଗ ହେଉଥିବା ସୂଚନା ମିଳିଛି I ତେବେ ସଠିକ ସମୟରେ ଏହାର ଚିକିତ୍ସା ହେଇ ନପାରିଲେ ଏହା ପ୍ରାଣ ଘାତକ ହେଉଛି I ଏହି ରୋଗ ବିଶେଷ କରି ଧାନ ଚାଷ ଅଞ୍ଚଳରେ ମାତି ଚାଲିଛି I ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ କୀଟ କାମୁଡ଼ାରେ ୧୨ ଦିନ ମଧ୍ୟରେ ୫ […]
ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ର କାୟା ବିସ୍ତାର ପରେ ବର୍ତ୍ତମାନ ମୁଣ୍ଡ ଟେକିଛି ସ୍କ୍ରବ ଟାଇଫସ୍ । ‘ଚି଼ଗର’କୀଟ କାମୁଡାରୁ ଏହି ରୋଗ ହେଉଥିବା ସୂଚନା ମିଳିଛି I ତେବେ ସଠିକ ସମୟରେ ଏହାର ଚିକିତ୍ସା ହେଇ ନପାରିଲେ ଏହା ପ୍ରାଣ ଘାତକ ହେଉଛି I ଏହି ରୋଗ ବିଶେଷ କରି ଧାନ ଚାଷ ଅଞ୍ଚଳରେ ମାତି ଚାଲିଛି I ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ କୀଟ କାମୁଡ଼ାରେ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣଙ୍କ ରକ୍ତନମୁନାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ୧୪ ରକ୍ତ ନମୁନା ପରୀକ୍ଷାରୁ ଆହୁରି ୫ ଜଣଙ୍କୁ ଚିହ୍ନଟ କରାଯାଇଛି।
ସୂଚନାନୁଯାୟୀ, ସମସ୍ତ ରୋଗୀ ହେଉଛନ୍ତି ପଦ୍ମପୁର ଅଞ୍ଚଳର ଖଲା ବାହାଲ, ଚାରପାଲି, ବୁକୁରା ମୁଣ୍ଡା, ବୁଗୁଡ଼ା ଓ କୁମୁନି ବାହାଲର। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଛି। ସମସ୍ତେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଥାଉକି, ଚିଗର୍ସ ନାମକ କୀଟ କାମୁଡିଲେ ସ୍କ୍ରବ ଟାଇଫସ୍ ହୋଇଥାଏ। ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ । ଓଡ଼ିଶା ସମେତ ସାରା ଦେଶର ଏହି ଜ୍ୱର ବ୍ୟାପୁଛି । ସାଧାରଣତଃ ଗାଁ ଗଣ୍ଡାରେ ଏହି ଜ୍ୱର ଅଧିକ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବରଗଡ, ନବରଙ୍ଗପୁର ଓ ସୁନ୍ଦରଗଡରେ ମଧ୍ୟ ଏହି ରୋଗ ବ୍ୟାପୁଛି । କେନ୍ଦୁଝରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଭିମସାରରେ ବର୍ତମାନ ସୁଦ୍ଧା ୩୦ ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାପଡିଛି । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।




