ଟ୍ରକ୍ ସହ ବାଡେଇ ହେଲା ସ୍କର୍ପିଓ, ୨ ମୃତ,୨ ଗୁରୁତର
ବଲାଙ୍ଗୀର : ବଲାଙ୍ଗିର ଲୋଇସିଂହା ବ୍ଲକ ବୁର୍ଡ଼ା ଛକରେ ଆଜି ସକାଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକ ଦେହରେ ବାଡେଇ ହୋଇ ଯାଇଛି ଏକ ସ୍କର୍ପିଓ I ଫଳରେ ଏଥିରେ ଥିବା ସ୍କର୍ପିଓ ଚାଳକଙ୍କ ସହିତ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି I ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ […]
ବଲାଙ୍ଗୀର : ବଲାଙ୍ଗିର ଲୋଇସିଂହା ବ୍ଲକ ବୁର୍ଡ଼ା ଛକରେ ଆଜି ସକାଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକ ଦେହରେ ବାଡେଇ ହୋଇ ଯାଇଛି ଏକ ସ୍କର୍ପିଓ I ଫଳରେ ଏଥିରେ ଥିବା ସ୍କର୍ପିଓ ଚାଳକଙ୍କ ସହିତ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି I ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି, ତାଙ୍କ ନାଁ କପୁର ଚାନ୍ଦ ପୁଞ୍ଜି। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ସୂଚନାନୁସାରେ ସ୍କୋର୍ପିଓ ରେ ଥିବା ସମସ୍ତ ଯାତ୍ରୀମାନେ କଣ୍ଟାବାଜିଂ ଅଂଚଳର ବ୍ୟବସାୟୀ I ସେମାନେ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ ବାଲୁଜୁରିର ରାତ୍ରି ମାର୍କେଟକୁ ଯାଇଥି ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଲିଛି । ଲୋଇସିଂହା ପୋଲିସ ତଦନ୍ତ ଜାରୀ ରଖିଛି ।




