ସ୍କୁଟି-ହାଇୱା ଧକ୍କା,ଝିଅ ମୃତ ମା’ ଗୁରୁତର

ଭଞ୍ଜନଗର : ଆସିକା ସହର ବଡ଼ ଶଙ୍ଖରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ହାଇୱା ସ୍କୁଟିକୁ ଧକ୍କା ଦେବା ଫଳରେ,ସ୍କୁଟିରେ ବସିଥିବା ଝିଅର ମୃତ୍ୟୁ ହେବା ସହିତ ମା’ ଗୁରୁତର ଆହତ ହୋଇଛନ୍ତି I ସ୍କୁଟି ଚଳାଉଥିବା ମା’ ଆସିକା ବ୍ଳକ ଜୟପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମୋହିନୀ ଈଶ୍ୱେ ଆଜି ଧରାକୋଟ ବ୍ଳକ କୁଶାରାବ ଗ୍ରାମକୁ ସ୍କୁଟିରେ ନିଜ ଝିଅ ଶ୍ରଦ୍ଧାଞ୍ଜଳୀକୁ ନେଇ ସ୍କୁଲକୁ ଯାଉଥିଲେ। ଏତିକି ବେଳେ ଆସିକା ସହରର ବଡ ଶଙ୍ଖ […]

Samaya Live Picture
Published On

ଭଞ୍ଜନଗର : ଆସିକା ସହର ବଡ଼ ଶଙ୍ଖରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ହାଇୱା ସ୍କୁଟିକୁ ଧକ୍କା ଦେବା ଫଳରେ,ସ୍କୁଟିରେ ବସିଥିବା ଝିଅର ମୃତ୍ୟୁ ହେବା ସହିତ ମା’ ଗୁରୁତର ଆହତ ହୋଇଛନ୍ତି I
ସ୍କୁଟି ଚଳାଉଥିବା ମା’ ଆସିକା ବ୍ଳକ ଜୟପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମୋହିନୀ ଈଶ୍ୱେ ଆଜି ଧରାକୋଟ ବ୍ଳକ କୁଶାରାବ ଗ୍ରାମକୁ ସ୍କୁଟିରେ ନିଜ ଝିଅ ଶ୍ରଦ୍ଧାଞ୍ଜଳୀକୁ ନେଇ ସ୍କୁଲକୁ ଯାଉଥିଲେ। ଏତିକି ବେଳେ ଆସିକା ସହରର ବଡ ଶଙ୍ଖ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ହାଇଓ୍ବା ଗୀତାଞ୍ଜଳୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ବସିଥିବା ଝିଅ ରାସ୍ତା ଉପରେ ଛିଟିକି ପଡିଥିଲେ। ତାଙ୍କ ମୁଣ୍ଡ ରାସ୍ତାରେ ପିଟିହେବା କାରଣରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେହିପରି ସ୍କୁଟିରେ ଥିବା ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମୋହିନୀଙ୍କ ଗୋଡ ଉପରେ ହାଇଓ୍ବା ଚଢିଯିବା କାରଣରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ପୁଲିସ ଜବତ କରିଥିବା ବେଳେ ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଶ୍ରଦ୍ଧାଞ୍ଜଳୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି।

Tags: