ଖୋଲାଯିବ ମିଶ୍ରଣ ପରେ ବନ୍ଦ ରହିଥିବା ସ୍କୁଲ
ଭୁବନେଶ୍ୱର : ରାଜ୍ୟରେ ହେବ ବଡ଼ ଧରଣର ଶିକ୍ଷକ ନିଯୁକ୍ତି । ଖୁବଶୀଘ୍ର ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ପିଅନ ଓ କିରାଣିର ବି ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି, ଆମ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଉଛି, ଆମ ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ଦିଆ ଯାଉଛି । ଆଜି ଗୃହ ଆରମ୍ଭରୁ […]
ଭୁବନେଶ୍ୱର : ରାଜ୍ୟରେ ହେବ ବଡ଼ ଧରଣର ଶିକ୍ଷକ ନିଯୁକ୍ତି । ଖୁବଶୀଘ୍ର ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ପିଅନ ଓ କିରାଣିର ବି ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି, ଆମ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଉଛି, ଆମ ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ଦିଆ ଯାଉଛି ।
ଆଜି ଗୃହ ଆରମ୍ଭରୁ ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ଶୁକ୍ରବାର ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଥିବା ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ । ସମୁଦାୟ ୫୬୩୨ ସ୍କୁଲକୁ ମିଶ୍ରଣ କରିଥିଲେ ପୂର୍ବ ସରକାର । ୧୦୦ ମିଟର ବ୍ୟବଧାନରେରେ ଥିବା ୨୧୫୨ଟି ସାଟେଲାଇଟ ସ୍କୁଲକୁ ବି ମିଶ୍ରଣ କରାଯାଇଛି ।୨୧୫୨ ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି ।
ସିଡ୍ୟୁଲ ଏରିଆରେ ୨୦ ପିଲା ରହିଥିଲେ ଏବଂ ନନସିଡ୍ୟୁଲ ଏରିଆରେ ୪୦ ପିଲା ରହିଥିଲେ ବନ୍ଦ ସ୍କୁଲ ଖୋଲାଯିବ ବୋଲି ଗୃହରେ ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗତ ସରକାର ଅମଳରେ ଅନେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଅନେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିଲାଣି। ତେଣୁ ଉକ୍ତ ସ୍କୁଲଗୁଡ଼ିକୁ ପୁଣି ଖୋଲିବା ପାଇଁ କିଛି ପଦକ୍ଷେପ ନେବେ କି ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଅତାବିରାର ଭାଜପା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ଏହା ପରେ ମନ୍ତ୍ରୀ ତାଙ୍କର ଉତ୍ତର ରଖିଛନ୍ତି।




