୧୪ ଟି ଜିଲ୍ଲାରେ ୩ ଦିନ ଯାଏଁ ସ୍କୁଲ ଛୁଟି
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ବାତ୍ୟା ‘ଦାନା’ । ଏହାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବାତ୍ୟା ଉପରେ ସୂଚନା ଜାରି କରିଥିଲେ । ବାତ୍ୟା ପାଇଁ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଟିମ୍ ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟପଟେ ବାତ୍ୟାର ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି […]
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ବାତ୍ୟା ‘ଦାନା’ । ଏହାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବାତ୍ୟା ଉପରେ ସୂଚନା ଜାରି କରିଥିଲେ । ବାତ୍ୟା ପାଇଁ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଟିମ୍ ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟପଟେ ବାତ୍ୟାର ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଜାରି କରିବା ସହ ବାତ୍ୟା ଉତ୍ତର-ଓଡ଼ିଶାରେ ମାଡ଼ ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ।
ତେବେ ବାତ୍ୟା ପାଇଁ ଗତକାଲି ସମସ୍ତ ସରକାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବେ ବୋଲି ଏସଆରସି ସୂଚନା ଦେଇଥିଲେ । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ରାଜ୍ୟର ୧୪ଟି ଜିଲ୍ଲା ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଏହ ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଅକ୍ଟୋବର ୨୩ ଓ ୨୫ ତାରିଖରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୁଞ୍ଚିଥିଲା । ପରୀକ୍ଷା କେବେ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଧ (ବିଏସଇ) ତରଫରୁ ସୂଚନା ଜାରି କରାଯିବ ।
ସୂଚନାନୁସାରେ,ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାକୁ ପ୍ରଭାବିତ କରିବ। ୨୪ ମଧ୍ୟରାତ୍ରରୁ ୨୫ ଭୋର ସମୟରେ ଏହା ପୁରୀ-ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




