୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ଵର: ବାତ୍ୟା ମୋନ୍ଥା ମୁକାବିଲା ନେଇ ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉନ୍ନୟନ କମିଶନର, ଅଗ୍ନିଶମ ଡିଜି, ସ୍ଵାସ୍ଥ୍ୟ, କୃଷି, ଜଳ ଓ ଶକ୍ତି ବିଭାଗର ବହୁ ସଚିବ ଉପସ୍ଥିତ ଥିଲେ। ପ୍ରଖର ବେଗରେ ମାଡି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ କିଭଳି ମୁକାବିଲା କରାଯିବ ସେ ନେଇ ଆଲୋଚନା ହୋଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା […]
ଭୁବନେଶ୍ଵର: ବାତ୍ୟା ମୋନ୍ଥା ମୁକାବିଲା ନେଇ ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉନ୍ନୟନ କମିଶନର, ଅଗ୍ନିଶମ ଡିଜି, ସ୍ଵାସ୍ଥ୍ୟ, କୃଷି, ଜଳ ଓ ଶକ୍ତି ବିଭାଗର ବହୁ ସଚିବ ଉପସ୍ଥିତ ଥିଲେ। ପ୍ରଖର ବେଗରେ ମାଡି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ କିଭଳି ମୁକାବିଲା କରାଯିବ ସେ ନେଇ ଆଲୋଚନା ହୋଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଏସ୍ଆରସି ଦେଓରଞ୍ଜନ ସିଂହ। ମଙ୍ଗଳବାରଠୁ ୩୦ ତାରିଖ ଯାଏଁ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି। ବାତ୍ୟାର ଗତି ବଢୁଛି , ଯେତେ ବଢିବ ତାର ପ୍ରଭାବ ସେତେ କମିବ। ବାତ୍ୟା ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଯିବ । ଛତିଶଗଡ଼ରେ ବର୍ଷା ହେଲେ ମହାନଦୀକୁ ପାଣି ଆସିବ । ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ସମ୍ଭାଳିବାକୁ ଜଳଭଣ୍ଡାର ଖୋଲୁଛୁ । ତେଣୁ ବାତ୍ୟା ପାଇଁ କୌଣସି ବି ଲୋକେ ଭୟଭୀତ ହୁଅନ୍ତିନି । ଆବଶ୍ୟକ ନପଡିଲେ କୌଣସି ଲୋକ ବର୍ଷା ସମୟରେ ଘରୁ ବାହାରନ୍ତୁନି । ସ୍ଥିତିକୁ ଦେଖି କଣ୍ଟ୍ରୋଲ ଖୋଲାଯାଇଛି । ହେଲପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । କିଛି ବି ଅସୁବିଧା ହେଲେ ଫୋନ୍ କରନ୍ତୁ । ଏଭଳି ସ୍ଥିତିରେ ଗର୍ଭବତୀଙ୍କୁ ପ୍ରାଧାନ୍ୟ ଦେଇ ସ୍ଥାନାନ୍ତର କରାଯାଉଛି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ଯାହା ପରାମର୍ଶ ଦିଆଯାଇଛି ମାନନ୍ତୁ। ମାଲକାନଗିରି,ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ। କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି।




