୫ ଦିନ ଧରି ସ୍କୁଲ ପଣବନ୍ଦୀ
ସୁନ୍ଦରଗଡ଼ : ସ୍କୁଲକୁ ପଣବନ୍ଦୀ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବଡଜଲ ପ୍ରାଥମିକ ସ୍କୁଲକୁ ହାତରେ ମାରଣାସ୍ତ୍ର ଧରି ପଣବନ୍ଦୀ କରି ରଖିଛି ଯୁବକ । ଯୁବକ ଜଣକ ପାଖ ଗାଁର ସୁଦନ ମୁଣ୍ଡା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିଲେ ମଧ୍ୟ ଏଯାଏଁ ଯୁବକକୁ କବ୍ଜାକୁ ଆଣିପାରି ନାହାନ୍ତି । ଗତକାଲି ଯୁବକଙ୍କୁ ଧରିବାକୁ ଯାଇ ଲହୁଣୀପଡ଼ା ଥାନା ଆଇଆଇସିଙ୍କ ସମେତ ଦୁଇଜଣ କନଷ୍ଟେବଳ ଆହତ ହୋଇଥିବାବେଳେ ବାଟୁଳି […]
ସୁନ୍ଦରଗଡ଼ : ସ୍କୁଲକୁ ପଣବନ୍ଦୀ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବଡଜଲ ପ୍ରାଥମିକ ସ୍କୁଲକୁ ହାତରେ ମାରଣାସ୍ତ୍ର ଧରି ପଣବନ୍ଦୀ କରି ରଖିଛି ଯୁବକ । ଯୁବକ ଜଣକ ପାଖ ଗାଁର ସୁଦନ ମୁଣ୍ଡା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିଲେ ମଧ୍ୟ ଏଯାଏଁ ଯୁବକକୁ କବ୍ଜାକୁ ଆଣିପାରି ନାହାନ୍ତି । ଗତକାଲି ଯୁବକଙ୍କୁ ଧରିବାକୁ ଯାଇ ଲହୁଣୀପଡ଼ା ଥାନା ଆଇଆଇସିଙ୍କ ସମେତ ଦୁଇଜଣ କନଷ୍ଟେବଳ ଆହତ ହୋଇଥିବାବେଳେ ବାଟୁଳି ମାଡ଼ରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇଛି। ଯୁବକ ଜଣଙ୍କୁ କାବୁ କରିବାକୁ ଦୁଇ ପ୍ଲାଟୁନ୍ ଫୋର୍ସ ଏବଂ ଅଗ୍ନିଶମବାହିନୀ ମୁତୟନ ହୋଇଛନ୍ତି । ବୁଧବାର ସକାଳୁ ଅଧିକ ପୋଲିସ ଘଟଣାସ୍ଥଳକୁ ଯାଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କୁ ଧରାଯାଇ ପରି ନାହିଁ ।




