ଘାଟିରେ ସ୍କୁଲ ବସ ଓଲଟି ୧ ମୃତ ୧୦ ଗୁରୁତର

ମାଲକାନାଗିରି : ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେଲା ଘରୋଇ ସ୍କୁଲ୍‌‌ ବସ୍‌‌ I ଭାରସାମ୍ୟ ହରାଇ ଘାଟିରେ ବସ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସହ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତଙ୍କୁ ବୈପାରୀଗୁଡା ହସ୍ପିଟାଲରେ ଭର୍ତି କରାଯାଇଛି I ମାଲକାନାଗିରି ଜିଲ୍ଲା ମନ୍ତ୍ରୀଆମ୍ବ ଘାଟିରେ ଏହି ଦୁର୍ଘଟଣା ଘଟିଛି I ଦୁର୍ଘଟଣାପରେ କିଛି ସମୟପାଇଁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିଲା I ସୂଚନାନୁସାରେ,କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁର ଏକ ସ୍କୁଲ୍‌‌ର […]

Samaya Live Picture
Published On

ମାଲକାନାଗିରି : ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେଲା ଘରୋଇ ସ୍କୁଲ୍‌‌ ବସ୍‌‌ I ଭାରସାମ୍ୟ ହରାଇ ଘାଟିରେ ବସ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସହ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତାହତଙ୍କୁ ବୈପାରୀଗୁଡା ହସ୍ପିଟାଲରେ ଭର୍ତି କରାଯାଇଛି I ମାଲକାନାଗିରି ଜିଲ୍ଲା ମନ୍ତ୍ରୀଆମ୍ବ ଘାଟିରେ ଏହି ଦୁର୍ଘଟଣା ଘଟିଛି I ଦୁର୍ଘଟଣାପରେ କିଛି ସମୟପାଇଁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିଲା I

ସୂଚନାନୁସାରେ,କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁର ଏକ ସ୍କୁଲ୍‌‌ର ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା I ମଙ୍ଗଳବାର ସକାଳେ ସେହି ସ୍କୁଲର ୩୦ ଜଣ ଷ୍ଟାଫ ସ୍କୁଲର ଥିବା ଏକ ବସ ଯୋଗେ ଉକ୍ତ କର୍ମଚାରୀଙ୍କ ଘରକୁ ଯାଉଥିଲେ I ତେବେ ବସଟି ମାଲକାନାଗିରି ଗୋବିନ୍ଦପଲ୍ଲୀକୁ ଯିବାବେଳେ ମନ୍ତ୍ରୀଆମ୍ବ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା I ସୌଭାଗ୍ୟକୁ ସେହି ସମୟରେ ବସରେ କୌଣସି ଛାତ୍ରଛାତ୍ରୀ ନଥିଲେ I କେବଳ ସ୍କୁଲର କର୍ମଚାରୀ ଥିଲେ ବୋଲି ଜଣାପଡିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ସ୍କୁଲ ପ୍ରିନ୍ସପାଲଙ୍କ ପତ୍ନୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ବୈପାରୀଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: