ସ୍କୁଲ ବସ ଟ୍ରାକ୍ଟର ଧକ୍କା ,୪ ଆହତ
ଗଞ୍ଜାମ : ଗଞ୍ଜାମ ଜିଲା ଦିଗପହଣ୍ଡିରେ ସ୍କୁଲ ବସ ଦୁର୍ଘଟଣା I ସ୍କୁଲ ମିନି ବସ୍କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଛି। ଏଥିରେ ବସ ଚାଳକଙ୍କ ସହ ୪ ଜଣ ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଆଜି ସକାଳ ୮ ଟା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଆହତ ହୋଇଥିବା ବସ୍ ଚାଳକ […]
ଗଞ୍ଜାମ : ଗଞ୍ଜାମ ଜିଲା ଦିଗପହଣ୍ଡିରେ ସ୍କୁଲ ବସ ଦୁର୍ଘଟଣା I ସ୍କୁଲ ମିନି ବସ୍କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଛି। ଏଥିରେ ବସ ଚାଳକଙ୍କ ସହ ୪ ଜଣ ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଆଜି ସକାଳ ୮ ଟା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଆହତ ହୋଇଥିବା ବସ୍ ଚାଳକ ସିଦ୍ଧେଶ୍ୱର ଗ୍ରାମର ସମୀର ରଣା (୨୫) ।
ସୂଚନାନୁସାରେ, ବୁଧୁବାର ସକାଳେ ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ ସ୍କୁଲ ବସ୍ ନଂ.( ଓଆର୦୭ କ୍ୟୁ – ୪୮୦୫)ଗୋକର୍ଣ୍ଣପୁରରୁ ଛାତ୍ରୀଛାତ୍ରଙ୍କୁ ନେଇ କେଦାରପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଜେ -୯୦୩୦) ଦ୍ରୁତଗତିରେ ଆସି ବସ୍କୁ ଧକ୍କା ଦେଇଥିଲା। ଫଳରେ ବସ୍ର ସାମ୍ନାଭାଗ ଭାଙ୍ଗି ରୁଜି ଯାଇଛି। ଚାଳକ ସମୀର ଡ୍ରାଇଭର ସିଟରେ ଚାପି ହୋଇ ରହିଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହାୟତାରେ ଚାଳକ ସମୀରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଉଭୟ ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି। ତେବେ ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଅବିଭାବକଙ୍କ ଜିମାରେ ଛଡ଼ା ଯାଇଥିବା ସୂଚନା ମିଳିଛି I




