ସ୍କୁଲବସରେ ନିଆଁ,ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

ପୁରୀ : ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ I ସ୍କୁଲ ଯାଉଥିବାବେଳେ ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୭ଜଣ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ। ଆଜି ସକାଳେ ଡ଼ିଏଭି ପବ୍ଲିକ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ନିଆଁ ବାହାରିଥିଲା। ଧୂଆଁରେ ଛାତ୍ରଛାତ୍ରୀ ମାନେ ଅଣ ନିଶ୍ୱାସୀ ହୋଇଯାଇଥିଲେ। […]

Samaya Live Picture
Published On

ପୁରୀ : ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ I ସ୍କୁଲ ଯାଉଥିବାବେଳେ ଡ଼ିଏଭି ପବ୍ଲିକ ସ୍କୁଲ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୭ଜଣ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ।

ଆଜି ସକାଳେ ଡ଼ିଏଭି ପବ୍ଲିକ ସ୍କୁଲ ବସ୍‌ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ନିଆଁ ବାହାରିଥିଲା। ଧୂଆଁରେ ଛାତ୍ରଛାତ୍ରୀ ମାନେ ଅଣ ନିଶ୍ୱାସୀ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡ୍ରାଇଭରକୁ କହିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ବସ୍‌ରେ ଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ସହ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍ କରିଥିଲେ। ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ I

Tags: