ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ସ୍କୁଲରେ ମଧ୍ୟାହ୍ନ

ଭୁବନେଶ୍ବର : ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର।  ନବମ ଏବଂ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭୦.୭୧ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ।ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଛି ମଧ୍ୟାହ୍ନ ଭୋଜନ। ଚଳିତ ଶିକ୍ଷା […]

Samaya Live Picture
Published On

ଭୁବନେଶ୍ବର : ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର।  ନବମ ଏବଂ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭୦.୭୧ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ।ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଛି ମଧ୍ୟାହ୍ନ ଭୋଜନ। ଚଳିତ ଶିକ୍ଷା ବର୍ଷରୁ ଏହା ଦିଆଯିବ । ମାଧ୍ୟମକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥପାନା ବଢାଇବାକୁ ଏହି ଯୋଜନା ଆରମ୍ଭ କରାଯିବ।

ସେହିପରି ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ ଏବଂ ଅଣ୍ଡା। ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ। ମଙ୍ଗଳବାର, ଗୁରୁବାର, ଶନିବାର ମିଳିବ ପୁଷ୍ଟିକର ଲଡୁ। ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଦିଆଯିବ ଅଣ୍ଡା। ପିଏମ୍‌ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଦିଆଯିବ ଲଡୁ ଏବଂ ଅଣ୍ଡା ।

Tags: