ଅନୁସୂଚିତ ଜାତି ଓ ଜନଜାତି ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଫେରସ୍ତ ହେବ କୋର୍ସ ଫି’

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ମାଗଣାରେ କରିବେ ଉଚ୍ଚଶିକ୍ଷା I ରାଜ୍ୟର ସମସ୍ତ ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଫେରସ୍ତ ହେବ କୋର୍ସ ଫି’ I ଏଥି ସହିତ ନାମଲେଖା ଦେୟ, ସିଟ୍ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି’(ଟ୍ୟୁସନ ଫି ଓ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ହଷ୍ଟେଲ ନାମଲେଖା ଦେୟ ଓ ବାର୍ଷିକ ହଷ୍ଟେଲ/ମେସ୍ ଚାର୍ଜ ସମେତ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଯଥା ବହି, […]

Samaya Live Picture
Published On

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ମାଗଣାରେ କରିବେ ଉଚ୍ଚଶିକ୍ଷା I ରାଜ୍ୟର ସମସ୍ତ ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଫେରସ୍ତ ହେବ କୋର୍ସ ଫି’ I ଏଥି ସହିତ ନାମଲେଖା ଦେୟ, ସିଟ୍ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି’(ଟ୍ୟୁସନ ଫି ଓ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ହଷ୍ଟେଲ ନାମଲେଖା ଦେୟ ଓ ବାର୍ଷିକ ହଷ୍ଟେଲ/ମେସ୍ ଚାର୍ଜ ସମେତ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଯଥା ବହି, କୋଚିଂ ସାମଗ୍ରୀ, ଟ୍ୟୁଟେରିଆଲ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏନେଇ ଆର୍ଥିକ ସହାୟତା ମିଳିବ। ସରକାରୀ ସ୍କୁଲରେ ପଢୁଥିବା ଓଡିଆ ମାଧ୍ୟମ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ। ଏମଏମସିପିୱାଇ ଯୋଜନା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବଙ୍କ ପକ୍ଷରୁ ଚିଠି ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ।

ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ଗୁରୁବାର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏହି ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଓ ଇଞ୍ଜିନିୟରିଂ( ବି-ଟେକ, ଏମ-ଟେକ) ପଢ଼ୁଥିବା ଯୋଗ୍ୟ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ରାଜ୍ୟ ସରକାର ବହନ କରିବେ । ସରକାରୀ ଶିକ୍ଷାନୁଷ୍ଠାନର ଡିନ୍ ବା ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଉପରୋକ୍ତ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇପାରିବ ।୨୦୧୩-୨୪ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ I

Tags: