ଏସସିବିରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ

କଟକ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପଡେ ଆଗେଇଲା ରାଜ୍ୟ । ଏଣିକି ଏସସିବି ମେଡିକାଲରେ ହେଇପାରିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ। ଚେନ୍ନାଇର ଏମଜିଏମ ହସ୍ପିଟାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେ ବାବଦରେ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ୩ ମାସ ସମୟ ଲାଗିବ । ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଧ୍ୟାନ କରିଛନ୍ତି। ସୂଚନାନୁଯାୟୀ, କିଡନୀ ଓ ଲିଭର ପରେ ଏବେ ଏସସିବି ମେଡିକାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚେନ୍ନାଇ […]

Samaya Live Picture
Published On

କଟକ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପଡେ ଆଗେଇଲା ରାଜ୍ୟ । ଏଣିକି ଏସସିବି ମେଡିକାଲରେ ହେଇପାରିବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ। ଚେନ୍ନାଇର ଏମଜିଏମ ହସ୍ପିଟାଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେ ବାବଦରେ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ୩ ମାସ ସମୟ ଲାଗିବ । ଏନେଇ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଧ୍ୟାନ କରିଛନ୍ତି।

ସୂଚନାନୁଯାୟୀ, କିଡନୀ ଓ ଲିଭର ପରେ ଏବେ ଏସସିବି ମେଡିକାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚେନ୍ନାଇ ସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ ସହାୟତାରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ଶନିବାର ପ୍ରଥମ ପର୍ଯ୍ୟାୟରେ ୪ ଜଣ ହୃଦ୍‌ରୋଗୀଙ୍କର ସ୍କ୍ରିନିଙ୍ଗ କରାଯାଇଛି। ଏମ୍‌.ଜି.ଏମ୍ ଚେନ୍ନାଇରୁ ଆସିଥିବା ଡାକ୍ତରୀ ଟିମ୍‌ଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ହୃଦୟ ପ୍ରତିରୋପଣ ପାଇଁ ପୂର୍ବରୁ ଏମ୍‌.ଜି.ଏମ୍ ଚେନ୍ନାଇ ସହ ଏମ୍‌ଓୟୁ ସ୍ଵାକ୍ଷରିତ ହୋଇସାରିଛି। ଆବଶ୍ୟକୀୟ ଭିତିଭୂମି ଉପଲବ୍ଧ କରାଇବା ଲାଗି ଆଉ ୩ ମାସ ସମୟ ଲାଗିବ। ତେବେ କରୋନା କାଳରେ ଏସସିବି ମେଡ଼ିକାଲରେ ଏକମୋ ମେସିନ ସ୍ଥାପନ ହୋଇଥିଲା, ଯାହା ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ବରଦାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି, ଅର୍ଗାନ ଡୋନରମାନଙ୍କର ମଧ୍ୟ ଆବଶ୍ୟକତା ରହିଛି । କୌଣସି ଡୋନର ନିଜର ଅଙ୍ଗ ଦାନ କରିବା ଲାଗି ସମ୍ମତି ଦେଇଥିଲେ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରିବ। ବ୍ରେନଡେଡ୍ ଅବସ୍ଥାରେ ଥିବା କୌଣସି ବ୍ୟକ୍ତି କିମ୍ବା ରୋଗୀଙ୍କ ପରିବାର ଲୋକ, ଅଙ୍ଗ ଦାନ କରିବାକୁ ସମ୍ମତି ଦେଲା ପରେ ଏହି କାର୍ଯ୍ୟ ସମ୍ଭବ ହୋଇପାରିବ ।

Tags: