ଏସ୍ସିବି ଅସ୍ଥିଶଲ୍ୟ ବିଭାଗରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ବୋନ୍ ବ୍ୟାଙ୍କ
କଟକ : ଚିକିତ୍ସା କ୍ଷେତ୍ରରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛି ଏସସିବି ମେଡିକାଲ I କଟକ ବଡ଼ ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ଖୋଲିବାକୁ ଯାଉଛି ବୋନ୍ ବ୍ୟାଙ୍କ। ଏଣିକି ହାଡ଼ ଭାଙ୍ଗିଯାଇଥିବା ରୋଗୀଙ୍କ ଦେହରେ କୃତ୍ରିମ ହାଡ଼ ବଦଳରେ ଲାଗିବ ପ୍ରକୃତ ହାଡ଼ I ଆସନ୍ତା ୨୯ତାରିଖରେ ପରେ କଡ଼କ ବଡ଼ ଡାକ୍ତରଖାନାରେ ବୋନ୍ ବ୍ୟାଙ୍କ ଖୋଲାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳିସାରିଛି ଓ ଆନୁସଙ୍ଗିକ ଯନ୍ତ୍ରପାତି ଆଣିବାକୁ ଟେଣ୍ଡର […]
କଟକ : ଚିକିତ୍ସା କ୍ଷେତ୍ରରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛି ଏସସିବି ମେଡିକାଲ I କଟକ ବଡ଼ ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ଖୋଲିବାକୁ ଯାଉଛି ବୋନ୍ ବ୍ୟାଙ୍କ। ଏଣିକି ହାଡ଼ ଭାଙ୍ଗିଯାଇଥିବା ରୋଗୀଙ୍କ ଦେହରେ କୃତ୍ରିମ ହାଡ଼ ବଦଳରେ ଲାଗିବ ପ୍ରକୃତ ହାଡ଼ I ଆସନ୍ତା ୨୯ତାରିଖରେ ପରେ କଡ଼କ ବଡ଼ ଡାକ୍ତରଖାନାରେ ବୋନ୍ ବ୍ୟାଙ୍କ ଖୋଲାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳିସାରିଛି ଓ ଆନୁସଙ୍ଗିକ ଯନ୍ତ୍ରପାତି ଆଣିବାକୁ ଟେଣ୍ଡର ବି ହୋଇସାରିଥିବା କହିଛନ୍ତି ଏସସିବି ଅଧୀକ୍ଷକ।
ବୋନ୍ ବ୍ୟାଙ୍କ ପ୍ରତିଷ୍ଠା ହେବା ଦ୍ୱାରା ମଣିଷର ହାଡ଼ ନଷ୍ଟ ହେବନି। ଏହାକୁ ଷ୍ଟୋର କରି ରଖାଯାଇ ଅନ୍ୟ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ। ବର୍ତ୍ତମାନ ଦୁର୍ଘଟଣା ବା ଅନ୍ୟ କୌଣସି ବଡ଼ ସମସ୍ୟାର ଅସ୍ତି କାଟି ଫିଙ୍ଗିବାକୁ ପଡ଼ୁଥିଲା। ଏବେ ତାହା ହେବନି। ଏହାକୁ ଷ୍ଟୋରି କରି ରଖାଯାଇ ଅନ୍ୟ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ।
ଏନେଇ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୋନ୍ ବ୍ୟାଙ୍କ ବ୍ୟବସ୍ଥା ଉପଲବ୍ଧ ନାହିଁ। ତେଣୁ ଖୁବ୍ଶୀଘ୍ର ଏସ୍ସିବିରେ ବୋନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ଅନେକ ଦିନ ପର୍ଯ୍ୟନ୍ତ ହାଡ଼ ବୋନ୍ ବ୍ୟାଙ୍କରେ ମହଜୁଦ ରଖାଯାଇପାରିବ। ବୋନ ବ୍ୟାଙ୍କ ପାଇଁ ଏବେ ଅସ୍ଥିଶଲ୍ୟ ବିଭାଗରେ ଏକ ଗୃହକୁ ପ୍ରସ୍ତୁତ କରାଯାଉଛି ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି।




