ତୁଟିଲା ଏସ୍ସିବି ହାଉସ୍ ସର୍ଜନ-ନର୍ସିଂ ସଂଘ ବିବାଦ
କଟକ : ୩ ଦିନ ଧରି କଟକ ବଡ଼ଡାକ୍ତରଖାନାରେ ଚାଲିଥିବା ହାଉସ୍ସର୍ଜନ ଓ ନର୍ସିଂ ସଂଘ ବିବାଦର ଆଜି ସମାଧାନ ହୋଇଛି। ଆଜି ହାଉସ୍ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଅନ୍ୟପଟେ ଗୁରୁବାରଠାରୁ ଅଲ ଓଡିଶା କର୍ମଚାରୀ ସଂଘ ପକ୍ଷରୁ ହୋଇଥିବା କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ନିଷ୍ପତ୍ତି ମଧ୍ୟ ସ୍ଥଗିତ ରଖାଯାଇଛି। ଗତକାଲି ସନ୍ଧ୍ୟାରେ ସିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ ଏସ୍ସିବି ଅଧ୍ୟକ୍ଷ,ଅଧୀକ୍ଷକ ଓ ବରିଷ୍ଠ ଡାକ୍ତରମାନଙ୍କୁ ନେଇ ୩ ଘଣ୍ଟା ଧରି ଏକ ସମନ୍ବୟ […]
କଟକ : ୩ ଦିନ ଧରି କଟକ ବଡ଼ଡାକ୍ତରଖାନାରେ ଚାଲିଥିବା ହାଉସ୍ସର୍ଜନ ଓ ନର୍ସିଂ ସଂଘ ବିବାଦର ଆଜି ସମାଧାନ ହୋଇଛି। ଆଜି ହାଉସ୍ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଅନ୍ୟପଟେ ଗୁରୁବାରଠାରୁ ଅଲ ଓଡିଶା କର୍ମଚାରୀ ସଂଘ ପକ୍ଷରୁ ହୋଇଥିବା କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ନିଷ୍ପତ୍ତି ମଧ୍ୟ ସ୍ଥଗିତ ରଖାଯାଇଛି। ଗତକାଲି ସନ୍ଧ୍ୟାରେ ସିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ ଏସ୍ସିବି ଅଧ୍ୟକ୍ଷ,ଅଧୀକ୍ଷକ ଓ ବରିଷ୍ଠ ଡାକ୍ତରମାନଙ୍କୁ ନେଇ ୩ ଘଣ୍ଟା ଧରି ଏକ ସମନ୍ବୟ ବୈଠକ ହୋଇଥିଲା। ଏଥିରେ ଉଭୟ ହାଉସ୍ସର୍ଜନଙ୍କ ପ୍ରତିନିଧି ଓ ନର୍ସିଂ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ୪ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନର୍ସିଂ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଏସ୍ସିବି ନ୍ୟୁ ମେଡିସିନ ୱାର୍ଡରେ ଜଣେ ନର୍ସିଂ ଦିଦିଙ୍କୁ ହାଉସ ସର୍ଜନମାନେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଥିଲେ। ତାଙ୍କୁ କବାଟ ବନ୍ଦ କରି ରଖିବା ସହ ଗାଳିଗୁଲଜ କରି ମୋବାଇଲ ଛଡ଼ାଇ ନେଇଥିବା ସେ କହିଥିଲେ। ଏପଟେ ଡାକ୍ତର ସଂଘ ମଧ୍ୟ ତାଙ୍କ ପାଖରେ ଭିଡିଓ ରେକର୍ଡିଂ ରହିଛି ବୋଲି ଦାବି କରିବା ସହ ସଂପୃକ୍ତ ନର୍ସିଂ ଅଫିସର ମିଛ ଅଭିଯୋଗ ଆଣିଥିବାରୁ କ୍ଷମା ମାଗିବାକୁ ଦାବି କରିଥିଲେ।




