SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ପରଲୋକ
କଟକ : ଆଉ ନାହାନ୍ତି SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସେ ୨ୟ ଥର ମସ୍ତିଷ୍କଘାତର ଶିକାର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଡାକ୍ତର ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା। କଟକ ବାସେଳିସାହି ରେ ୧୯୫୫ ଏପ୍ରିଲ ୨୬ […]
କଟକ : ଆଉ ନାହାନ୍ତି SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସେ ୨ୟ ଥର ମସ୍ତିଷ୍କଘାତର ଶିକାର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଡାକ୍ତର ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା।
କଟକ ବାସେଳିସାହି ରେ ୧୯୫୫ ଏପ୍ରିଲ ୨୬ ତାରିଖରେ ଭୁବନାନନ୍ଦ ଜନ୍ମଗ୍ରହଣ କରିଥିଲେ । ବ୍ରେନ ଷ୍ଟ୍ରୋକ ଯୋଗୁଁ ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ଗତ ୨୦ ତାରିଖ ଦିନ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ଏସ୍ସିବି ଅଧୀକ୍ଷକ ତଥା ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ଶନିବାର ଦିନ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କ ଶେଷଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର କିରଣବାଳା ଭଣ୍ଡାରି, ଝିଅ ଡାକ୍ତର ରୁବି ମହରଣା, ପୁଅ ରବି ମହାରଣାଙ୍କ ସମେତ ଏସ୍ସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସନ୍ଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଜଣେ ମେଳାପୀ ଡାକ୍ତର ଥିଲେ ଭୁବନାନନ୍ଦ ମହାରଣା I ୧୯୭୩ ମସିହାରେ MBBS ଛାତ୍ର ଭାବେ ସେ ଏସସିବି ମେଡିକାଲ କଲେଜରେ ଯୋଗ ଦେଇଥିଲେ। ୧୯୮୩ରେ ଏସସିବି ମେଡିକାଲରୁ PG ପାସ୍ କରି ସେଠାରେ ଆଶୁ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଏସସିବିର ଜରୁରୀକାଳୀନ ଅଧିକାରୀ ହୋଇଥିଲେ।ଏସସିବି ରେ ସେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ I




