ବୈକୁଣ୍ଠ ଧାମ ଆଶ୍ରମରେ ମାପଚୁପ

ଭୁବନେଶ୍ୱର : କଳ୍କୀ ଅବତାର ବୈକୁଣ୍ଠ ଧାମ ଆଶ୍ରମରେ ଖୋଳତାଡ଼ । ମାପଚୁପ କରିବାକୁ ପହଁଚିଲେ ବିଡିଏ,ବିଏମସି ସହିତ ତହସିଲ ଟିମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଶ୍ରମରେ ୮ ଜଣିଆ ଟିମ ପହଁଚି କାର୍ଯ୍ୟ ଆରମ୍ଭ କରିଛି । ଆଶ୍ରମଟି ଯେଉଁ ସ୍ଥାନରେ ରହିଛି ସେଠାରୁ ୮୦୦ ଫୁଟ ଦୂରରୁ ମାପ ଆରମ୍ଭ ହୋଇଛି । ଏଥିପାଇଁ ୩ ଟି ନକ୍ସା କରି ଆଣିଛନ୍ତି ୮ ଜଣିଆ ଟିମ । ବୈକୁଣ୍ଠ ଧାମ ଆଶ୍ରମ […]

Samaya Live Picture
Published On

ଭୁବନେଶ୍ୱର : କଳ୍କୀ ଅବତାର ବୈକୁଣ୍ଠ ଧାମ ଆଶ୍ରମରେ ଖୋଳତାଡ଼ । ମାପଚୁପ କରିବାକୁ ପହଁଚିଲେ ବିଡିଏ,ବିଏମସି ସହିତ ତହସିଲ ଟିମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଶ୍ରମରେ ୮ ଜଣିଆ ଟିମ ପହଁଚି କାର୍ଯ୍ୟ ଆରମ୍ଭ କରିଛି । ଆଶ୍ରମଟି ଯେଉଁ ସ୍ଥାନରେ ରହିଛି ସେଠାରୁ ୮୦୦ ଫୁଟ ଦୂରରୁ ମାପ ଆରମ୍ଭ ହୋଇଛି । ଏଥିପାଇଁ ୩ ଟି ନକ୍ସା କରି ଆଣିଛନ୍ତି ୮ ଜଣିଆ ଟିମ । ବୈକୁଣ୍ଠ ଧାମ ଆଶ୍ରମ ଜମି ସରକାରୀ ନା ବେସରକାରୀ ସେ ସଂପର୍କରେ ଚାଲିଛି ତନାଘନା । ସେପଟେ ବୈକୁଣ୍ଠ ଆଶ୍ରମକୁ ଜଗି ରହିଛନ୍ତି ୨ ସେକ୍ସନ ଫୋର୍ସ । ଆଶ୍ରମ ଭିତରେ ରହିଥିବା ସମସ୍ତ ଆସବାବପତ୍ର ଯାଞ୍ଚ କରୁଛି ପୋଲିସ । ତେବେ ଆଶ୍ରମଟି ବର୍ତ୍ତମାନ ଖାଲି ପଡିଛି । ତା’ଭିତରେ କାହାରି ଦେଖା ଦର୍ଶନ ମିଳି ନଥିଲେ ମଧ୍ୟ ରୋଷେଇ ସାମଗ୍ରୀ ସହିତ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଯଥା ସ୍ଥାନରେ ରହିଛି । କାଶୀନାଥ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ ପୁଅ ସତୀଶକୁ ଚନ୍ଦ୍ର ମିଶ୍ର କଳ୍କୀ ଅବତାର ରୂପେ ବର୍ଣ୍ଣନା କରି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳାଯାଉଥିବା ହୋଇଥିଲା ଅଭିଯୋଗ । ନାବାଳକଙ୍କୁ କଳ୍କୀ ରୂପରେ ପୂଜା କରିବା ସହ ତାଙ୍କ ପାଦ ତଳେ ତୁଳସୀ ଅର୍ପଣକୁ ନେଇ ଉଠିଥିବା ବିବାଦ ଉଗ୍ର ହୋଇଛି ।

ଅନ୍ୟପଟେ ଏହି ଘଟଣାରେ ବିବାଦ ବଢିବା ପରେ କାଶୀନାଥ ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ମୁଁ ମୋ ପୁଅକୁ କେବେ ଭଗବାନ ବୋଲି କହିନାହିଁ ନାହିଁ । ସେ କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଏକ କାର୍ଯ୍ୟକ୍ରମରେ ଯାଇଥିବା ସମୟରେ ସେହିଠାରେ କେହି ଜଣେ ପୁଅର ପାଦ ତଳେ ତୁଳସୀ ରଖିଦେଇଥିଲା ଏହା ଆମେ ପରେ ଦେଖିବାକୁ ପାଇଥିଲୁ । ତେବେ ୧୦ ବର୍ଷ ତଳର ଫଟୋକୁ କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରି ଭାଇରାଲ କରିଛନ୍ତି । ସେମାନେ ଜାଣିଶୁଣି ଆମକୁ ବଦନାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Tags: