ବିଜେଡିରେ ଯୋଗଦେଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର : ବିଜେଡିରେ ଯୋଗ ଦେଲେ ବିଶିଷ୍ଟ କର୍ପୋରେଟ ଅଧିକାରୀ ସଂତୃପ୍ତ ମିଶ୍ର। ନବୀନ ନିବାସରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ । ପୂର୍ବରୁ ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କଂପାନୀ ଆଦିତ୍ୟ ବିର୍ଲା ଗ୍ରୁପରେ ଏଚ.ଆର ହେଡ଼ ଭାବରେ ୨୮ ବର୍ଷ ଧରି ଚାକିରି କରୁଥିଲେ। ଏହାସହ ସଂତୃପ୍ତ ବିର୍ଲା କାର୍ବନର ନିର୍ଦେଶକ ମଧ୍ୟ ରହିଥିଲେ I ବିଜେଡିରେ ଯୋଗ […]

Samaya Live Picture
Published On

ଭୁବନେଶ୍ୱର : ବିଜେଡିରେ ଯୋଗ ଦେଲେ ବିଶିଷ୍ଟ କର୍ପୋରେଟ ଅଧିକାରୀ ସଂତୃପ୍ତ ମିଶ୍ର। ନବୀନ ନିବାସରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ । ପୂର୍ବରୁ ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କଂପାନୀ ଆଦିତ୍ୟ ବିର୍ଲା ଗ୍ରୁପରେ ଏଚ.ଆର ହେଡ଼ ଭାବରେ ୨୮ ବର୍ଷ ଧରି ଚାକିରି କରୁଥିଲେ। ଏହାସହ ସଂତୃପ୍ତ ବିର୍ଲା କାର୍ବନର ନିର୍ଦେଶକ ମଧ୍ୟ ରହିଥିଲେ I

ବିଜେଡିରେ ଯୋଗ ଦେବାବେଳେ ନିକଟରେ ଉପସ୍ଥିତ ଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସେହ୍ନାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ପ୍ରମୁଖ ବିଜେଡି ନେତା । ଡିସେମ୍ବରରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ସଂତୃପ୍ତ । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ସେ କହିଛନ୍ତି ।

କିଛିମାସ ତଳେ ସଂତୃପ୍ତ ମିଶ୍ର ଚାକିରି ଛାଡ଼ି ଦେଇଥିଲେ। ସେ ଚାକିରି ଛାଡ଼ି ଓଡ଼ିଶା ଆସିବା ପରେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ଯୋଗ ଦେବାପରେ ସଂତୃପ୍ତ କହିଛନ୍ତି ଦଳ ଯାହା ଦାୟିତ୍ୱ ଦେବ ତାହା ସୁଚାରୁ ରୂପେ ପାଳନ କରିବି I

Tags: