ଜଳୁଛି ସାରକୁଣ୍ଡା ଜଙ୍ଗଲ
ସୁନ୍ଦରଗଡ଼ : ନିଆଁ ଲାଗି ଜଳୁଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ବନାଞ୍ଚଳ ଅଧୀନ ସାରକୁଣ୍ଡା ରିଜର୍ଭ ଫରେଷ୍ଟ I ନିଆଁର ପ୍ରକୋପ ଏତେ ରହିଛି ଯେ, ଅନେକ ଦୂରରୁ ମଧ୍ୟ ଦାହା ଦୃଶ୍ୟମାନ ହେଉଛି । ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ଜଙ୍ଗଲରେ ଥିବା ଗଛ ଲତା ସହିତ ଜୀବଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି। ନିଆଁ ଲାଗିବା ଫଳରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ଧୁଆଁମୟ ହୋଇଛି। ଦୁଇ ଦିନ […]
ସୁନ୍ଦରଗଡ଼ : ନିଆଁ ଲାଗି ଜଳୁଛି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ବନାଞ୍ଚଳ ଅଧୀନ ସାରକୁଣ୍ଡା ରିଜର୍ଭ ଫରେଷ୍ଟ I ନିଆଁର ପ୍ରକୋପ ଏତେ ରହିଛି ଯେ, ଅନେକ ଦୂରରୁ ମଧ୍ୟ ଦାହା ଦୃଶ୍ୟମାନ ହେଉଛି । ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି। ଜଙ୍ଗଲରେ ଥିବା ଗଛ ଲତା ସହିତ ଜୀବଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି। ନିଆଁ ଲାଗିବା ଫଳରେ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ଧୁଆଁମୟ ହୋଇଛି। ଦୁଇ ଦିନ ହେବ ଏହି ଜଙ୍ଗଲ ଜଳୁଥିବା କୁହାଯାଉଛି।
Tags:




