ହାଇକୋର୍ଟରେ ଜାମିନ ସର୍ତ୍ତ କୋହଳ ପାଇଁ ଆବେଦନ କରିବେ ସାରଥୀ
କଟକ : ଫେବ୍ରୁଆରି ୨୦ରେ ସାରଥୀ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ସାରଥିଙ୍କ ଆବେଦନ ଉପର ସରକାର ପକ୍ଷ ରଖିବେ। ହାଇକୋର୍ଟ ୨୦୧୭ ଅଗଷ୍ଟ ୪ରେ ହାଇକୋର୍ଟ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥିଙ୍କୁ ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ। ଯଦି କୌଣସି ସର୍ତ୍ତର ଖିଲାପ କରନ୍ତି ତେବେ ତାଙ୍କ ଜାମିନ ରଦ୍ଦ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ […]
କଟକ : ଫେବ୍ରୁଆରି ୨୦ରେ ସାରଥୀ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ସାରଥିଙ୍କ ଆବେଦନ ଉପର ସରକାର ପକ୍ଷ ରଖିବେ। ହାଇକୋର୍ଟ ୨୦୧୭ ଅଗଷ୍ଟ ୪ରେ ହାଇକୋର୍ଟ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ସାରଥିଙ୍କୁ ଜାମିନ ମଞ୍ଜୁର କରିବା ବେଳେ ୭ଟି ସର୍ତ୍ତ ରଖିଥିଲେ। ଯଦି କୌଣସି ସର୍ତ୍ତର ଖିଲାପ କରନ୍ତି ତେବେ ତାଙ୍କ ଜାମିନ ରଦ୍ଦ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା।
ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ସାରଥି କୌଣସି ଧାର୍ମିକ ସଭାରେ ଉଦ୍ବୋଧନ, ଧର୍ମ ଉପଦେଶ ପାଇଁ ଶ୍ରଦ୍ଧାଳୁ/ଅନୁ ଗାମୀ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକତ୍ର ହେବାପାଇଁ ଅନୁମତି ଦେବେନାହିଁ। ନିର୍ଦ୍ଦିଷ୍ଟ ଭାବେ ତିନୋଟି ସର୍ତ୍ତରେ ସଂଶୋଧନ ପ୍ରସଂଗ ନେଇ ସାରଥି ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଛନ୍ତି। ଏହିସବୁ ସର୍ତ୍ତ କୋହଳ ପ୍ରସଙ୍ଗ ନେଇ ସାରଥି ଅନ୍ତରୀଣ ଆବେଦନ ଦାୟର କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୫ ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ୍ ଗିରଫ କରିଥିଲା। ବିବାଦୀୟ ଡାକ୍ତର ଛାତ୍ରୀଙ୍କ ମାମଲାରେ ସାରଥିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। କେନ୍ଦ୍ରାପଡା ଏସ୍ଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ସାରଥିଙ୍କୁ ୨୦୧୯, ଜୁଲାଇ ୨୨ରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।




