ସିବିଆଇ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ବ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ସାରା ଶର୍ମା । ଆଇପିଏସ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି । ନୂଆ କରି ନିଯୁକ୍ତି ପାଇଲେ ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା । ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମା ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ […]
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ସାରା ଶର୍ମା । ଆଇପିଏସ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି । ନୂଆ କରି ନିଯୁକ୍ତି ପାଇଲେ ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା । ୨୦୧୦ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମା ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ ପୁଲିସ ଅଧୀକ୍ଷକ (ଭିଜିଲାନ୍ସ) ପଦବୀରେ ରହିଥିଲେ।
ମାର୍ଚ୍ଚ ୧୨ ତାରିଖର ଏହି ସରକାରୀ ଚିଠିରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇଛି । ମଣିପୁରରେ ଜାତିଗତ ହିଂସାର ସିବିଆଇ ତଦନ୍ତ ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମର ଏକ ଅଂଶ ଭାବରେ ସେ ତଦନ୍ତରେ ନିଜର ଦକ୍ଷତା ଏବଂ ବୁଦ୍ଧି ପ୍ରଦାନ କରିଥିଲେ । ସାରା ଶର୍ମାଙ୍କ ସହିତ ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ମଧ୍ୟ କରାଯାଇଛି । ଏଥିରେ DIG ପି.ମୁରୁଗନଙ୍କ କାର୍ଯ୍ୟକାଳ ଅବଧି ୧୫ ମାର୍ଚ୍ଚ ୨୦୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ସିବିଆଇର ପୋଲିସ ଅଧ୍ୟକ୍ଷ ବିଧ୍ରୁତ ବିକାଶଙ୍କ କାର୍ଯ୍ୟକାଳ ଅବଧି ମଧ୍ୟ ୨୦୨୫ ମସିହା ଫେବୃଆରୀ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।




