ସାରା ଅସୁସ୍ଥ

ନନ୍ଦନକାନନ : ବାଘୁଣୀ ସାରା ଅସୁସ୍ଥ I ନନ୍ଦନକାନନ ପ୍ରାଣୀଉଦ୍ୟାନ ବାଘ ସଫାରୀରେ ରହୁଥିବା ୧୯ ବର୍ଷୀୟା ବାଘୁଣୀ ସାରା ଆଉ ଚଲାବୁଲା କରିପାରୁନି। ବୟସାଧିକ୍ୟ ଯୋଗୁଁ ସେ ଗତ କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଥିଲା I ଠିକ ଭାବରେ ଖାଦ୍ୟ ଗ୍ରହଣ ନକରିବା ହେତୁ ଗୁରୁବାର ଦିନ ତଳେ ପଡ଼ିଯାଇଥିଲା । ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି। ଓୟୁଏଟି ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁବାର ତାର ଚିକିତ୍ସା […]

Samaya Live Picture
Published On

ନନ୍ଦନକାନନ : ବାଘୁଣୀ ସାରା ଅସୁସ୍ଥ I ନନ୍ଦନକାନନ ପ୍ରାଣୀଉଦ୍ୟାନ ବାଘ ସଫାରୀରେ ରହୁଥିବା ୧୯ ବର୍ଷୀୟା ବାଘୁଣୀ ସାରା ଆଉ ଚଲାବୁଲା କରିପାରୁନି। ବୟସାଧିକ୍ୟ ଯୋଗୁଁ ସେ ଗତ କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଥିଲା I ଠିକ ଭାବରେ ଖାଦ୍ୟ ଗ୍ରହଣ ନକରିବା ହେତୁ ଗୁରୁବାର ଦିନ ତଳେ ପଡ଼ିଯାଇଥିଲା । ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି।

ଓୟୁଏଟି ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁବାର ତାର ଚିକିତ୍ସା ଆରମ୍ଭ କରାଯାଇଛି । ତାକୁ ସାଲାଇନ ସହିତ ଆଣ୍ଟିବାୟୋଟିକ ଦିଆଯାଉଛି I ତେବେ ବର୍ତ୍ତମାନ ସୁଦ୍ଧା ସାରାର ସ୍ବାସ୍ଥ୍ୟରେ ଉନ୍ନତି ହୋଇପାରିନାହିଁ । ସାରା ଅସୁସ୍ଥ ହେବା ନେଇ ପ୍ରାଣୀ ବିଭାଗ ଚିନ୍ତିତ ଅଛନ୍ତି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ୪ ବର୍ଷୀୟ ସାରାକୁ ୨୦୦୯ ଏପ୍ରିଲ ୧୮ରେ ଭୋପାଳରୁ ନନ୍ଦନକାନନକୁ ଅଣାଯାଇଥିଲା ।

Tags: