ଆଖି ବୁଜିଲା’ସାରା’

ଭୁବନେଶ୍ୱର : ନନ୍ଦନକାନରେ ଆଖି ବୁଝିଛି ନାଲି ବାଘୁଣୀ ‘ସାରା’ I ମୃତ୍ୟୁ ବେଳକୁ ତାକୁ ୧୯ ବର୍ଷ ବୟସ ହୋଇଥିଲା I ଗୁରୁବାର ଭୋର ସମୟରେ ସାରାର ମୃତ୍ୟୁ ଘଟିଛି I ପ୍ରାଣୀ ଉଦ୍ୟାନର ବାଘ ସଫାରୀରେ ୩୩ ନମ୍ବର ଚମ୍ବରରେ ରହୁଥିଲା ସାରା I ବୟସାଧିକ୍ୟ କାରଣରୁ ସାରାର ମୃତ୍ୟୁ ଘଟିଥିବା ନେଇ ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି I କିଛିଦିନ ଧରି ସାରା ଚାଲବୁଲ କରି ପାରୁ ନଥିବାବେଳେ,ଠିକ ସେ ମଧ୍ୟ ଖିଆ […]

Samaya Live Picture
Published On

ଭୁବନେଶ୍ୱର : ନନ୍ଦନକାନରେ ଆଖି ବୁଝିଛି ନାଲି ବାଘୁଣୀ ‘ସାରା’ I ମୃତ୍ୟୁ ବେଳକୁ ତାକୁ ୧୯ ବର୍ଷ ବୟସ ହୋଇଥିଲା I ଗୁରୁବାର ଭୋର ସମୟରେ ସାରାର ମୃତ୍ୟୁ ଘଟିଛି I ପ୍ରାଣୀ ଉଦ୍ୟାନର ବାଘ ସଫାରୀରେ ୩୩ ନମ୍ବର ଚମ୍ବରରେ ରହୁଥିଲା ସାରା I ବୟସାଧିକ୍ୟ କାରଣରୁ ସାରାର ମୃତ୍ୟୁ ଘଟିଥିବା ନେଇ ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି I କିଛିଦିନ ଧରି ସାରା ଚାଲବୁଲ କରି ପାରୁ ନଥିବାବେଳେ,ଠିକ ସେ ମଧ୍ୟ ଖିଆ ପିଆ କରୁ ନଥିଲା I ଏଥିପାଇଁ ପ୍ରାଣୀ ଉଦ୍ୟାନର ଏକ ଡାକ୍ତରୀ ଟିମ ଦ୍ୱାରା ସେ ଚିକିତ୍ସିତ ହେଉଥିଲା I

ସୂଚନାନୁସାରେ,୨୦୦୯ ମସିହାରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭୋପାଲ ଚିଡିଆଖାନାରୁ ଆସିଥିଲା ସାରା I ପ୍ରତି ବଦଳରେ ନନ୍ଦନକାନନରୁ ଏକ ଧଳାବାଘ ଭୋପାଲ ଚିଡିଆଖାନା ଯାଇଥିଲା I ସାରାର ମୃତ୍ୟୁ ଯୋଗୁଁ ଏବେ ନନ୍ଦନକାନରେ ବାଘ ସଂଖ୍ୟା ୨୬ କୁ ପହଁଚିଛି I

Tags: