କୃଷ୍ଣ ବଳରାମ ଓ ଗୌର ନିତାଇଙ୍କୁ ନେଇ ହେବ ସଂକୀର୍ତ୍ତନ ଯାତ୍ରା

ଭୁବନେଶ୍ବର : ଅଦିନ ରଥଯାତ୍ରାକୁ ବାତିଲ କରିଛି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଅଦିନ ରଥଯାତ୍ରାକୁ ନେଇ ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀଙ୍କ ଘୋର ବିରୋଧ ହେବା ପରେ ରଥଯାତ୍ରା କାର୍ଯ୍ୟକ୍ରମରୁ ଓହରିଛି ଇସ୍କନ । ଅଦିନ ରଥଯାତ୍ରା ହେବନାହିଁ ବୋଲି ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି। ତେବେ ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି […]

Samaya Live Picture
Published On

ଭୁବନେଶ୍ବର : ଅଦିନ ରଥଯାତ୍ରାକୁ ବାତିଲ କରିଛି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଅଦିନ ରଥଯାତ୍ରାକୁ ନେଇ ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀଙ୍କ ଘୋର ବିରୋଧ ହେବା ପରେ ରଥଯାତ୍ରା କାର୍ଯ୍ୟକ୍ରମରୁ ଓହରିଛି ଇସ୍କନ । ଅଦିନ ରଥଯାତ୍ରା ହେବନାହିଁ ବୋଲି ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି। ତେବେ ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି କହିଛି ଇସ୍କନ ପରିଚାଳନା ପରିଷଦ। ଗଜପତି ମହାରାଜାଙ୍କ ଚେତାବନୀ ପରେ ମହାପ୍ରଭୁଙ୍କ ରଥଯାତ୍ରା ପରିବର୍ତ୍ତେ ଶ୍ରୀ ଶ୍ରୀ ନିତାଇ ଗୌର ଓ ଶ୍ରୀ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି ଇସ୍କନ ।

ସୂଚନାନୁସାରେ,ଆମେରିକା ହ୍ୟୁଷ୍ଟନ୍‌ରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା ଇସ୍କନ। ବାରମ୍ବାର ଚେତାବନୀ ସତ୍ତ୍ୱେ ଏଥିରୁ ଓହରି ନଥିଲା । ଏହାକୁ ନେଇ ଗତକାଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜ । ଇସ୍କନକୁ ଚେତାବନୀ ଦେଇ କହିଥିଲେ ପ୍ରାୟ ମାସେ ଦୁଇ ମାସ ବ୍ୟବଧାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଇସ୍କନ ପକ୍ଷରୁ ରଥ ଯାତ୍ରା ଆୟୋଜିତ ହେଉଛି । ଇସ୍କନ ଏହାକୁ ଏକ ପ୍ରଚାର ଯାତ୍ରା ଭାବେ ପରିଚାଳନା କରୁଛି । କିନ୍ତୁ ଏହାକୁ ଆଉ ବରଦାସ୍ତ କରାଯିବନି। ଏଥର ଆମେ ଛାଡ଼ିବୁନି, ବହୁତ ହୋଇଗଲା । ଗଜପତି ମହାରାଜାଙ୍କର ଚେତାବନୀ ପରେ ରଥଯାତ୍ରାକୁ ବାତିଲ କରାଯାଇଛି । ଏହାରି ଭିତରେ ରଥଯାତ୍ରା ନେଇ ଏକ ବିବୃତ୍ତି ଜାରି କରିଛି ଇସ୍କନ । ରଥ ଗଡିବ ହେଲେ କାଳିଆ ଠାକୁରଙ୍କୁ ଚଢାଯିବନି ବୋଲି ଦର୍ଶାଯାଇଛି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପରିବର୍ତ୍ତେ ନିତାଇ ଗୌରୀ ଏବଂ କୃଷ୍ଣବଳରାମଙ୍କୁ ରଥରେ ବସାଇ ପରିକ୍ରମା କରିବାକୁ ଯୋଜନା କରିଛି । ଏନେଇ ଇସ୍କନ ପକ୍ଷରୁ ସୂଚନା ଦିଆଯାଇଛି ।

Tags: