ରାଜଧାନୀ ରାଜରାସ୍ତାରେ ସଂକୀର୍ତ୍ତନ କଳାକାର
ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କଲେ ସଂକୀର୍ତ୍ତନ କଳାକାର I ୫ ଦଫା ଦାବି ନେଇ ହଜାର ହଜାର ସଂକୀର୍ତ୍ତନ କଳାକାର,ମୃଦଙ୍ଗ,ଖୋଳ,ଝାଞ୍ଜ ବଜାଇ ଲୋୟର ପିଏମଜିରେ କରିଛନ୍ତି ଆନ୍ଦୋଳନ I ଶ୍ରୀ ଶ୍ରୀ ଜଗନ୍ନାଥ ଲୋକକଳା ପରିଷଦ ଦ୍ବାରା ରାଜ୍ୟର ୧୫ ହଜାର ସଂକୀର୍ତ୍ତନ କଳାକାର ଆମରଣ ଅନଶନ ସହ ସଂକୀର୍ତ୍ତନ ସମାବେଶ କାର୍ଯ୍ୟକ୍ରମ କରିଛନ୍ତି । ସଂକୀର୍ତ୍ତନ କଳାକାରଙ୍କୁ କଳାକାର ମାନ୍ୟତା ପ୍ରଦାନ, କଳାକାର ତାଲିକାଭୁକ୍ତ କରି ପରିଚୟ ପତ୍ର ପ୍ରଦାନ, କଳାକାର ଭତ୍ତା […]
ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କଲେ ସଂକୀର୍ତ୍ତନ କଳାକାର I ୫ ଦଫା ଦାବି ନେଇ ହଜାର ହଜାର ସଂକୀର୍ତ୍ତନ କଳାକାର,ମୃଦଙ୍ଗ,ଖୋଳ,ଝାଞ୍ଜ ବଜାଇ ଲୋୟର ପିଏମଜିରେ କରିଛନ୍ତି ଆନ୍ଦୋଳନ I ଶ୍ରୀ ଶ୍ରୀ ଜଗନ୍ନାଥ ଲୋକକଳା ପରିଷଦ ଦ୍ବାରା ରାଜ୍ୟର ୧୫ ହଜାର ସଂକୀର୍ତ୍ତନ କଳାକାର ଆମରଣ ଅନଶନ ସହ ସଂକୀର୍ତ୍ତନ ସମାବେଶ କାର୍ଯ୍ୟକ୍ରମ କରିଛନ୍ତି ।
ସଂକୀର୍ତ୍ତନ କଳାକାରଙ୍କୁ କଳାକାର ମାନ୍ୟତା ପ୍ରଦାନ, କଳାକାର ତାଲିକାଭୁକ୍ତ କରି ପରିଚୟ ପତ୍ର ପ୍ରଦାନ, କଳାକାର ଭତ୍ତା ପ୍ରଦାନ, ପରିବାରର ସବୁ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଭଳି ୫ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି । ଏହା ସହିତ ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ସହିତ ଗର୍ଜନ କରିଛି ଭାରତୀୟ ମଜଦୁର ସଂଘ ।
ଅନ୍ୟପଟେ ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ହେଲାନି ସମାଧାନ । ଏନେଇ ରାଜଧାନୀରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶାଳ ସମାବେଶ ହୋଇଛି ।




