ଜେଲ ଗଲେ ସଂଯୁକ୍ତା
ଭୁବନେଶ୍ୱର : ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଘରେ ଧସେଇ ପଶିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏପରିକି ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ସଂଯୁକ୍ତା । ଏହାକୁ ନେଇ ସେଠାରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା । ଏହି ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ଗୋଲାପ ସାହୁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୂର୍ବରୁ ସ୍ତ୍ରୀର ସମ୍ମାନ […]
ଭୁବନେଶ୍ୱର : ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଘରେ ଧସେଇ ପଶିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏପରିକି ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ସଂଯୁକ୍ତା । ଏହାକୁ ନେଇ ସେଠାରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା । ଏହି ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ଗୋଲାପ ସାହୁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୂର୍ବରୁ ସ୍ତ୍ରୀର ସମ୍ମାନ ନମିଳିଲେ ଶ୍ରୀକାନ୍ତଙ୍କ ବାସଭବନ ଆଗରେ ବସିବା ପାଇଁ ଧମକ ଦେଇଥିଲେ ସଂଯୁକ୍ତା । ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରୀକାନ୍ତଙ୍କ ଘର ଆଗରେ ବସି ରହିବା ସହ,ଘର ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ସଂଯୁକ୍ତା । ଖବର ପାଇ ବିଧାୟକଙ୍କ ଘର ଆଗରୁ ସଂଯୁକ୍ତାଙ୍କୁ ପୁଲିସ ଉଠାଇନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ପରେ ତାଙ୍କୁ ପୋଲସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ କୋଦଳା ଜେଲ ହାଜତକୁ ପଠାଇଛନ୍ତି । ଯାହାକୁ ନେଇ ପୋଲସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।




