ଯୁବପରିଷଦ ତରଫରୁ ସାନିଟାଇଜର୍ ଓ ସାବୁନ ବଣ୍ଟନ

ସମୟ ଲାଇଭ, 29/3(ଦିଲୀପ ମହାନ୍ତି ):ମରିନାହିଁ ମଣିଷପଣିଆଁ ଆଜିବୀ ବଞ୍ଚି ରହିଛି ମାନବିକତା | ଭାରତବର୍ଷ ଲକ ଡାଉନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜରିମୂଳର ବାରଗାଁ ରେ ମାନବିକତାର ପରିଚୟ ଦେଇଛନ୍ତି ମା ମାଟିଆ ମଙ୍ଗଳା ଯୁବପରିଷଦର କର୍ମକର୍ତ୍ତାମାନେ| ଏକ ସମାଜ ସେବା ସଙ୍ଗଠନ ଯାହାର ମୂଳ ଲକ୍ଷ୍ୟ ହେଉଛି ((ମାନବ ସେବା ହିଁ ମାଧବ ସେବା)) ସମାଜ ରେ ଅବହେଳିତ ହେଉଥିବା ଅସହାୟ ଗରିବ ଭିନ୍ନକ୍ଷମ ଓ ମାନସିକ ବିକୃତି ଲୋକଙ୍କ […]

Samaya Live Picture
Published On

ସମୟ ଲାଇଭ, 29/3(ଦିଲୀପ ମହାନ୍ତି ):ମରିନାହିଁ ମଣିଷପଣିଆଁ ଆଜିବୀ ବଞ୍ଚି ରହିଛି ମାନବିକତା | ଭାରତବର୍ଷ ଲକ ଡାଉନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜରିମୂଳର ବାରଗାଁ ରେ ମାନବିକତାର ପରିଚୟ ଦେଇଛନ୍ତି ମା ମାଟିଆ ମଙ୍ଗଳା ଯୁବପରିଷଦର କର୍ମକର୍ତ୍ତାମାନେ| ଏକ ସମାଜ ସେବା ସଙ୍ଗଠନ ଯାହାର ମୂଳ ଲକ୍ଷ୍ୟ ହେଉଛି ((ମାନବ ସେବା ହିଁ ମାଧବ ସେବା)) ସମାଜ ରେ ଅବହେଳିତ ହେଉଥିବା ଅସହାୟ ଗରିବ ଭିନ୍ନକ୍ଷମ ଓ ମାନସିକ ବିକୃତି ଲୋକଙ୍କ ପାଇଁ ଏ ସଙ୍ଗଠନ ସବୁବେଳେ ତପ୍ତର। ଏହି ମାନବ ସେବା ହିଁ ମାଧବ ସେବା କୁ ମୂଳ ମନ୍ତ୍ର କରି ଆଜି ମାଟିଆ ମଙ୍ଗଳା ଯୁବପରିଷଦ ଗୋଟିଏ ମହତ୍ତ୍ୱପୂର୍ଣ୍ଣ  କାର୍ଯ୍ୟ କରିଛି। ସାରା ଭାରତରେ ତାଲାବନ୍ଦ୍ ଘୋଷଣା ହୋଇଥିବା ବେଳେ ତାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜନଗର ବ୍ଲକ ର ଜରିମୂଳ ଓ ବାରଗାଁ ର ପ୍ରେତ୍ୟକଙ୍କ ଘରେ। ମା ମାଟିଆ ମଙ୍ଗଳା ଯୁବପରିଷଦର କର୍ମକର୍ତ୍ତାମାନେ ଆଗେଇ ଆସି, ହାତ ଧୋଇବାକୁ ସାନିଟାଇଜର୍ ଓ ସାବୁନ ବଣ୍ଟନ କରିଛନ୍ତି |

ସଙ୍ଘର ସମସ୍ତ ସଦସ୍ୟ ଯୋଗଦାନ ଦେଇ ଜରିମୂଳ ବାରଗାଁର  ପ୍ରତ୍ୟେକ ଘରେ ସାନିଟାଇଜର୍ ଓ ସାବୁନ ବଣ୍ଟନ ସହିତ ଲୋକ ମାନଙ୍କୁ ଏ କୋରୋନା ଭାଇରସ୍ କୁ ନ ଡରି କେମିତି ସଚେତନ ରହିବେ ତାହା ପ୍ରଚାର ଓ ବାର୍ତ୍ତା ମାଧ୍ୟମରେ ବୁଝାଇଥିଲେ |

Tags: