ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ଉଦଘାଟନ

ଭୁବନେଶ୍ୱର:ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନକୁ ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳା ଶୌଚାଳୟ କମ୍ପ୍ଲେକ୍ସ ଏବଂ ଲେଡିଜ୍ କମନ୍ ରୁମ୍ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ମେସିନ୍ ଲଗାଯାଇଛି। ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ଅଧିକ ସମାବେଶୀ ଏବଂ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ। ଅଭିଯୋଗ ସମାଧାନ ପାଇଁ ପରିସରକୁ ଆସୁଥିବା ମହିଳାଙ୍କ ସୁବିଧାକୁ ସୁନିଶ୍ଚିତ କରିବ।।ଖୁବ୍ […]

Samaya Live Picture
Published On

ଭୁବନେଶ୍ୱର:ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନକୁ ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳା ଶୌଚାଳୟ କମ୍ପ୍ଲେକ୍ସ ଏବଂ ଲେଡିଜ୍ କମନ୍ ରୁମ୍ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ମେସିନ୍ ଲଗାଯାଇଛି। ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ଅଧିକ ସମାବେଶୀ ଏବଂ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ। ଅଭିଯୋଗ ସମାଧାନ ପାଇଁ ପରିସରକୁ ଆସୁଥିବା ମହିଳାଙ୍କ ସୁବିଧାକୁ ସୁନିଶ୍ଚିତ କରିବ।।ଖୁବ୍ ଶୀଘ୍ର ସଚିବାଳୟ ବିଲ୍ଡିଂର ସମସ୍ତ ମହିଳା ଶୌଚାଳୟରେ ଏହି ସୁବିଧା ଉପଲବ୍ଧ ହେବ ।

ଏଥି ସହ ଲୋକସେବା ଭବନ ପରିସରରେ ଛୋଟ ପିଲାମାନଙ୍କ ପାଇଁ ଥିବା କ୍ରେଚ୍ ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Tags: