ଆଜି କଣ୍ଟାମାଳର ୨ ଟି ବୁଥ ରେ ସାନି ନିର୍ବାଚନ
କଣ୍ଟାମାଳ :ଆଜି କନ୍ଧମାଳ ସାଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ବର ପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ବୁଥ୍ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆରମ୍ଭ ହୋଇଛି। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ଏହି ପ୍ରକ୍ରିୟା ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସୂଚନାନୁସାରେ,ଗତ ୨୦ ତାରିଖ ଦିନ ରାଜ୍ୟର ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଏହି ସମୟରେ […]
କଣ୍ଟାମାଳ :ଆଜି କନ୍ଧମାଳ ସାଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ବର ପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। ଆଜି ସକାଳୁ ବୁଥ୍ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆରମ୍ଭ ହୋଇଛି। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି। ଏହି ପ୍ରକ୍ରିୟା ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।
ସୂଚନାନୁସାରେ,ଗତ ୨୦ ତାରିଖ ଦିନ ରାଜ୍ୟର ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଏହି ସମୟରେ କଣ୍ଟାମାଳର କିରାସିରା ବୁଥରେ ରିଗିଂ ଅଭିଯୋଗ ହୋଇଥିଲା। ସେହିପରି ମହେଶ୍ୱରପିଣ୍ଡା ବୁଥ୍ରେ କିଛି ଲୋକ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ନେଇ ମତଦାନ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହେବା ପରେ ସେଠାରେ ମତଦାନ ବନ୍ଦ ରହିଥିଲା। ଏହାପରେ ସେଠାରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥ୍ର ସମସ୍ତ ଭୋଟରଙ୍କୁ ଏନେଇ ସୂଚନା ଦେବା ପାଇଁ ଉଭୟ ବୌଦ୍ଧ ଓ କନ୍ଧମାଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଇସିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା।




