ଭୁବନେଶ୍ୱର ପହଁଚିଲେ ସଂଘ ସଞ୍ଚାଳକ ଡ଼.ମୋହନ ଭାଗବତ
ଭୁବନେଶ୍ୱର : ଆଜି ୫ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଭାପତି ଡ଼.ମୋହନ ଭାଗବତ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଂଘର ବରିଷ୍ଠ ପଦାଧିକାରୀମାନେ ସ୍ବାଗତ ଜଣାଇଥିଲେ। ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ସେ ରାଜ୍ୟରେ ଆରଏସଏସର ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ । ଆଜି ଏକ ସ୍ମୃତିସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତାକାଲିଠାରୁ ସାଙ୍ଗଠନିକ ବୈଠକ କରିବେ ମୋହନ […]
ଭୁବନେଶ୍ୱର : ଆଜି ୫ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଭାପତି ଡ଼.ମୋହନ ଭାଗବତ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଂଘର ବରିଷ୍ଠ ପଦାଧିକାରୀମାନେ ସ୍ବାଗତ ଜଣାଇଥିଲେ। ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ସେ ରାଜ୍ୟରେ ଆରଏସଏସର ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ । ଆଜି ଏକ ସ୍ମୃତିସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତାକାଲିଠାରୁ ସାଙ୍ଗଠନିକ ବୈଠକ କରିବେ ମୋହନ ।
ଅନ୍ୟପଟେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ପୂର୍ବରୁ ତାଙ୍କର ଏହି ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି । ସମଗ୍ର ଦେଶରେ ବିଜେପିର ପଦାଧିକାରୀ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଅନେକ ରାଜ୍ୟରେ ଏହାର ପ୍ରକ୍ରିୟା ବି ସରିଲାଣି । ତେବେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ କରାଯିବ ବୋଲି କୁହାଯାଉଛି । ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ କହିଛନ୍ତି ଯେ, ଫେବୃଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ନିକଟରେ ବିଜେପି ପ୍ରତି ରାଜ୍ୟର ସାଂଗଠନିକ ନିର୍ବାଚନ ପାଇଁ ନିଜର ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି ।




