ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର ପାଇବେ ୪ ଓଡ଼ିଆ କଳାକାର
ଭୁବନେଶ୍ୱର : ‘ସ୍ବାଧୀନତାର ଅମୃତ ମହୋତ୍ସବ’ ୪ ଜଣ ବର୍ଷିୟନ ଓଡ଼ିଆ କଳାକାର ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି I ଭାରତର ସମୁଦାୟ ୮୪ଜଣ ବର୍ଷୀୟାନ୍ କଳାକାରଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ କଳାକାର ଥିବା କଥା ‘ସଙ୍ଗୀତ ନାଟକ ଅକାଦେମୀ’ର ପ୍ରେସ୍ ରିଲିଜ୍ରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ବର ଦାସ, ‘ଥିଏଟର୍’ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ପାଇଁ ଆନନ୍ଦ ବାଗ ଓ ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ […]
ଭୁବନେଶ୍ୱର : ‘ସ୍ବାଧୀନତାର ଅମୃତ ମହୋତ୍ସବ’ ୪ ଜଣ ବର୍ଷିୟନ ଓଡ଼ିଆ କଳାକାର ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି I ଭାରତର ସମୁଦାୟ ୮୪ଜଣ ବର୍ଷୀୟାନ୍ କଳାକାରଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ କଳାକାର ଥିବା କଥା ‘ସଙ୍ଗୀତ ନାଟକ ଅକାଦେମୀ’ର ପ୍ରେସ୍ ରିଲିଜ୍ରୁ ଜଣାପଡ଼ିଛି।
ଏମାନଙ୍କ ମଧ୍ୟରେ ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ବର ଦାସ, ‘ଥିଏଟର୍’ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ପାଇଁ ଆନନ୍ଦ ବାଗ ଓ ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ୍ଙ୍କ ନାଁ ମନୋନୀତ ହୋଇଛି I ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।
ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ତଥା ସାଂସ୍କୃତିକ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସେପ୍ଟେମ୍ବର ୧୬ ତାରିଖ ଦିନ ନୂଆଦିଲ୍ଲୀର ‘ବିଜ୍ଞାନ ଭବନ’ରେ ହେବାକୁ ଥିବା ବିଶେଷ ଉତ୍ସବରେ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।
ଉଲ୍ଲେଖଯୋଗ୍ୟ, ଜୀବନବ୍ୟାପୀ ‘ପର୍ଫର୍ମିଙ୍ଗ୍ ଆର୍ଟ’ ପ୍ରଦର୍ଶନ କରି ଏଯାବତ୍ କୌଣସି ଜାତୀୟ ସମ୍ମାନ ପାଇ ନ ଥିବା ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ କଳାକାରମାନଙ୍କୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି ବିଶେଷ ପୁରସ୍କାର ପ୍ରଦାନ କରାଯିବ।




