ପବିତ୍ର ରାମ ନବମୀରେ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀଙ୍କ ସମେତ ବାଲୁକା ଶିଳ୍ପୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀରାମ ନବମୀ I ପବିତ୍ର ରାମନବମୀ ଉଦ୍ୟେଶରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ। ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ। ଆଜିର ଦିନରେ ରାଷ୍ଟ୍ରନିର୍ମାଣର ସଂକଳ୍ପ ନେବାକୁ କହିଛନ୍ତି ରାଷ୍ଟ୍ରପତି । रामनवमी के शुभ अवसर पर […]

Samaya Live Picture
Published On

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀରାମ ନବମୀ I ପବିତ୍ର ରାମନବମୀ ଉଦ୍ୟେଶରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ। ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ। ଆଜିର ଦିନରେ ରାଷ୍ଟ୍ରନିର୍ମାଣର ସଂକଳ୍ପ ନେବାକୁ କହିଛନ୍ତି ରାଷ୍ଟ୍ରପତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ କରି ସେ ଦେଶବାସୀଙ୍କୁ ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରରେ ରାମଲାଲା ବିରାଜମାନ। ଏହା ପ୍ରଥମ ରାମ ନବମୀ, ଅଯୋଧ୍ୟା ଏବେ ଆନନ୍ଦମୟ ହୋଇଛି। ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଉତ୍ସବ ପାଳିବାର ସୌଭାଗ୍ୟ। ଏହା ଦେଶବାସୀଙ୍କ ବହୁ ବର୍ଷର ତପସ୍ୟା, ତ୍ୟାଗ ଓ ବଳିଦାନ୍‌ର ଫଳ।

ସେହିପରି ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମର୍ୟ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ।

 width=

ପବିତ୍ର ରାମ ନବମୀ ଉପଲକ୍ଷେ ପୁରୀ ବେଳାଭୂମିରେ ଶ୍ରୀରାମଙ୍କ ସୁନ୍ଦର କଳାକୃତି। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି ପ୍ରଭୁ ଶ୍ରୀରାମଙ୍କ ଏହି ସୁନ୍ଦର କଳାକୃତି। ୨୦ ଫୁଟର ବାଲକ୍ ରାମଙ୍କ ଏହି ବାଲୁକା କଳାରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସୁଦର୍ଶନ। ବାଲକ୍ ରାମଙ୍କ ଏହି ବାଲୁକା କଳା ଦେଖିବାକୁ ସମୁଦ୍ର ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

Tags: