ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲି ତୁରନ୍ତ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି । ରତ୍ନଭଣ୍ଡାର ଭିତର ସ୍ଥିତି ଉଦବେଗଜନ ଅଛି । ୬ ବର୍ଷ ତଳେ ଏହି ଫାଟ ଦେଖାଯାଉଥିବା ଏବେ ସ୍ଥତି ଆହୁରୀ ଜଟିଳ ହେବାର ସମ୍ଭାବନା ରହିଛି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ରତ୍ନଭଣ୍ଡାରର ତୁରନ୍ତ […]
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲି ତୁରନ୍ତ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି । ରତ୍ନଭଣ୍ଡାର ଭିତର ସ୍ଥିତି ଉଦବେଗଜନ ଅଛି । ୬ ବର୍ଷ ତଳେ ଏହି ଫାଟ ଦେଖାଯାଉଥିବା ଏବେ ସ୍ଥତି ଆହୁରୀ ଜଟିଳ ହେବାର ସମ୍ଭାବନା ରହିଛି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ରତ୍ନଭଣ୍ଡାରର ତୁରନ୍ତ ମରାମତିର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କାନ୍ଥ, ଛାତ, ପୁରା ବେସମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖର ବିଷୟ ବୋଲି ସୁଦର୍ଶନ କହିଛନ୍ତି । ତେଣୁ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ମରାମତି କାର୍ଯ୍ୟ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ସୂଚନାନୁସାରେ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୨୦୧୮ରେ ଏଏସଆଇର ଟେକନିକାଲ କମିଟି ରତ୍ନଭଣ୍ଡାରର ଅନୁଧ୍ୟାନ କରିଥିଲା । ଏହି ଅନୁଧ୍ୟାନ ବେଳେ ରତ୍ନଭଣ୍ଡାର ଭିତର ଅଂଶ ଅନେକାଂଶରେ ନଷ୍ଟ ହୋଇଥିବା ଜାଣିବାକୁ ପାଇଥିଲା ଏଏସଆଇ । ରତ୍ନଭଣ୍ଡାରର କାନ୍ଥ, ଛାତ ଓ ଚଟାଣ କ୍ଷତିଗ୍ରସ୍ତ ହୋଇଥବା ଏଏସଆଇ ଦେଖିବାକୁ ପାଇଥିଲା । ଏହାପରେ ଏହାର ତୁରନ୍ତ ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେଇଥିଲା ।




