ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
ଭୁବନେଶ୍ୱର : ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍ ହୋଇଛନ୍ତି । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଟ୍ୱିଟର ହ୍ୟାକ୍କୁ ନେଇ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି ସୁଦର୍ଶନ। କୌଣସି ମେସେଜ ଗଲେ ଅଣଦେଖା କରିବାକୁ ସେ ଅପିଲ୍ କରିଛନ୍ତି। ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ”ମୁଁ ଓଡ଼ିଶା ପୁଲିସର ସାଇବର୍ ସେଲ୍ରେ ଏହ ବିଷୟରେ ଅନୌପଚାରିକ ଅଭିଯୋଗ ଦାଖଲ କରିଛି । […]
ଭୁବନେଶ୍ୱର : ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍ ହୋଇଛନ୍ତି । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଟ୍ୱିଟର ହ୍ୟାକ୍କୁ ନେଇ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି ସୁଦର୍ଶନ। କୌଣସି ମେସେଜ ଗଲେ ଅଣଦେଖା କରିବାକୁ ସେ ଅପିଲ୍ କରିଛନ୍ତି।
ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ”ମୁଁ ଓଡ଼ିଶା ପୁଲିସର ସାଇବର୍ ସେଲ୍ରେ ଏହ ବିଷୟରେ ଅନୌପଚାରିକ ଅଭିଯୋଗ ଦାଖଲ କରିଛି । ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ। ”




