ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଜଳେଶ୍ୱର : ଥମୁନାହିଁ ବାଲି ମାଫିଆଙ୍କ ଉତ୍ପାତ । ପୁଣି ଜଣେ ଖଣି ଅଧିକାରୀଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ବେଆଇନ ବାଲି ଖାଦାନରେ ଚଢଉ କରି ଫେରିବା ବେଳେ ଖଣି ଅଧିକାରୀ ଜିତେନ୍ଦ୍ର ଦାସ ଏବଂ ଓ ବସ୍ତା କନିଷ୍ଠ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ […]

ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
Samaya Live Picture
Published On

ଜଳେଶ୍ୱର : ଥମୁନାହିଁ ବାଲି ମାଫିଆଙ୍କ ଉତ୍ପାତ । ପୁଣି ଜଣେ ଖଣି ଅଧିକାରୀଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ବେଆଇନ ବାଲି ଖାଦାନରେ ଚଢଉ କରି ଫେରିବା ବେଳେ ଖଣି ଅଧିକାରୀ ଜିତେନ୍ଦ୍ର ଦାସ ଏବଂ ଓ ବସ୍ତା କନିଷ୍ଠ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଚଢାଉ କରିଥିଲେ ଜଳେଶ୍ବର ଜୁନିୟର ଖଣି ଅଧିକାରୀ ଜିତେନ୍ଦ୍ର ଦାସ ଏବଂ ବସ୍ତା କନିଷ୍ଠ ଖଣି ଅଧିକାରୀ ସତ୍ୟ ଚିନ୍ମୟ ଜେନା । ଘଟଣା ସ୍ଥଳରୁ ଗୋଟିଏ ବାଲି ବୋଝେଇ ଡମ୍ପର ଜବତ କରିଥିଲେ । ଚଢ଼ାଉ ସାରି ଫେରିବା ବେଳେ କିଛି ମାଫିଆ ୨ ଖଣି ଅଫିସରଙ୍କୁ ଅଟକ ରଖି ଆକ୍ରମଣ କରିଥଲେ । ଗାଡ଼ି ଆଗରେ ବାଇକ ରଖି ୧୦/୧୫ ଜଣ ଯୁବକ ଘେରି ଯାଇଥିଲେ। ଦୁଇ ଖଣି ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି ଗାଡ଼ି ଭାଙ୍ଗି ଦେଇଥିଲେ। ଏହାଦେଖି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ ୨ ଖଣି ଅଧିକାରୀ । ଏହା ପୂର୍ବରୁ ବାଲେଶ୍ୱରର ଜଳେଶ୍ୱରଠାରେ ଖଣି ଅଧିକାରୀ ତାପସ କୁମାର ବେହେରା ବାଲି ମାଫିଆଙ୍କ ଆକ୍ରଣର ଶିକାର ହୋଇଥିଲେ । ଏନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Tags: