ବାଲୁକାକଳାରେ ମୋଦୀଙ୍କୁ ସ୍ୱାଗତ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ବାଲୁକାକଳାରେ ମୋଦୀଙ୍କୁ ସ୍ୱାଗତ କଲେ ବାଲୁକାଶିଳ୍ପୀ । ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ପୁରୀ ଗସ୍ତ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମୋଦିଙ୍କୁ ସ୍ଵାଗତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୨୦୦୦ ଦୀପର ବ୍ୟବହାର କରି ପୁରୀ ନୀଳାଦ୍ରି ବେଳାଭୂମିରେ ସୁଦର୍ଶନଙ୍କ ଏହି ବାଲୁକାକଳାଟିକୁ ଅତି ସୁନ୍ଦର ଭାବରେ କରିଛନ୍ତି । […]
ପୁରୀ : ବାଲୁକାକଳାରେ ମୋଦୀଙ୍କୁ ସ୍ୱାଗତ କଲେ ବାଲୁକାଶିଳ୍ପୀ । ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ପୁରୀ ଗସ୍ତ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମୋଦିଙ୍କୁ ସ୍ଵାଗତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୨୦୦୦ ଦୀପର ବ୍ୟବହାର କରି ପୁରୀ ନୀଳାଦ୍ରି ବେଳାଭୂମିରେ ସୁଦର୍ଶନଙ୍କ ଏହି ବାଲୁକାକଳାଟିକୁ ଅତି ସୁନ୍ଦର ଭାବରେ କରିଛନ୍ତି ।
ଏହି ବାଲୁକକଳାରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଛି । ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଯେଉଁ ଦୃଶ୍ୟ ସମସ୍ତ ଦର୍ଶକଙ୍କୁ ଆକର୍ଷିତ କରିଛି । ଏଥିସହ ଜଣେ କଳାକାର ହିସାବରେ ମୋଦିଜିଙ୍କୁ ସେ ଖୁବ୍ ଭଲ ପାଆନ୍ତି ଏବଂ ମୋଦି ସବୁବେଳେ ତାଙ୍କୁ ଉତ୍ସାହିତ କରିଛନ୍ତି ବୋଲି ବାଳିକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
୨୦୦୦ ଦୀପର ବ୍ୟବହାର ହୋଇଥିବା ଏହି ବାଲୁକକଳାର ଆକାର ୧୦ ଫୁଟ ଲମ୍ବା ଓ ୬ ଫୁଟ୍ ରହିଛି । ଏଥିରେ ଜଗନ୍ନାଥଙ୍କ ବାଲୁକା ଚିତ୍ର ସହ ଜୟ ଜଗନ୍ନାଥ ଲେଖାଯାଇଛି । ମୋଦିଙ୍କ ଦ୍ଵିତୀୟ ପୁରୀ ଗସ୍ତକୁ ନେଇ ସବୁଠି ଉତ୍ସାହ ଦେଖା ଦେଇଥିବା ବେଳେ ସୁଦର୍ଶନ ମଧ୍ଯ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି। ଏହି ବାଲୁକକଳାକୁ ସମସ୍ତେ ପ୍ରଶଂସା କରିଛନ୍ତି ।




