୧୨ ଧରି ଜଳୁଛି ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ
ପୁରୀ : ହୋଲିରେ ଘଟିଗଲା ବଡ଼ ଅଘଟଣ I ବୁଧୁବାର ରାତିରୁ ଜଳୁଛି ପୁରୀ ଟାଉନ୍ ଥାନା ମରିଚିକୋଟ ଛକ ନିକଟ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ I ବୁଧୁବାର ରାତି ୮ଟାରେ ବଡଦାଣ୍ଡ ପାର୍ଶ୍ବରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏହି ଅଗ୍ନିକାଣ୍ଡ କୁ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ନିଆଁକୁ ଆୟତ କରାଯାଇ ପରି ନାହିଁ ନିଆଁକୁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ […]
ପୁରୀ : ହୋଲିରେ ଘଟିଗଲା ବଡ଼ ଅଘଟଣ I ବୁଧୁବାର ରାତିରୁ ଜଳୁଛି ପୁରୀ ଟାଉନ୍ ଥାନା ମରିଚିକୋଟ ଛକ ନିକଟ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ I ବୁଧୁବାର ରାତି ୮ଟାରେ ବଡଦାଣ୍ଡ ପାର୍ଶ୍ବରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏହି ଅଗ୍ନିକାଣ୍ଡ କୁ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ନିଆଁକୁ ଆୟତ କରାଯାଇ ପରି ନାହିଁ ନିଆଁକୁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ। ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି। ୧୨ଟି ଦମକଳ ଓ ୨ଟି ଓଡ୍ରାଫ୍ ଟିମ୍ ନିଷ୍ଠାର ସହ କାମ କରୁଛନ୍ତି। ରାତିରେ ଆଲୋକର ଅସୁବିଧା ଥିବା ହେତୁ କାମ ଟିକେ କଷ୍ଟକର ଥିଲା, ହେଲେ ଏବେ ଜୋରସୋରରେ କାମ ଚାଲିଛି।
ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନକୁ କ୍ଷତିଗ୍ରସ୍ତ ହୋଇଛି। ନିଆଁର ସଂସ୍ପର୍ଶରେ ଆସି ଅଣନିଶ୍ବାସୀ ହୋଇଛନ୍ତି ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ। ସେମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ଗୁରୁତର ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।




