ଫାଓର ସଭାପତି ହେଲେ ସମୀର ଦେ

କଟକ: ଫାଓ (ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା)ର ସଭାପତି ହେଲେ ସମୀର ଦେ। ସଭାପତି ପଦ ପାଇଁ ସମୀର ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି I ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ। ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ସୂଚନାନୁସାରେ,ଆସନ୍ତା ୨୧ ତାରିଖ‌ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଫୁଟ୍‌ବଲ ସଂଘ (ଫାଓ)ର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ପୂର୍ବରୁ ରାଜ୍ୟ […]

Samaya Live Picture
Published On

କଟକ: ଫାଓ (ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା)ର ସଭାପତି ହେଲେ ସମୀର ଦେ। ସଭାପତି ପଦ ପାଇଁ ସମୀର ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି I ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ। ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା ।

ସୂଚନାନୁସାରେ,ଆସନ୍ତା ୨୧ ତାରିଖ‌ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଫୁଟ୍‌ବଲ ସଂଘ (ଫାଓ)ର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ପୂର୍ବରୁ ରାଜ୍ୟ ଫୁଟ୍‌ବଲ ସଂଘ ସଭାପତି ତଥା ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପଦ ଛାଡ଼ିଛନ୍ତି। ଶ୍ରୀ ସାମନ୍ତରାୟ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଇଚ୍ଛାରେ ନିଜର ପଦ ଛାଡ଼ିଛନ୍ତି ବୋଲି ସୂଚନା ଦେଇଥିଲେ I

Tags: