ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ନିଲମ୍ବିତ
ସମ୍ବଲପୁର : ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ନିଲମ୍ବିତ I କୁଳପତିଙ୍କ ନିର୍ଦେଶରେ କୁଳ ସଚିବ ସହକାରୀ ପ୍ରଫେସର ଡ଼.ରଜତ କୂଜ୍ଜୁରଙ୍କୁ ନିଲମ୍ବିତ କରିଛନ୍ତି I ସୂଚନା ଅନୁଯାୟୀ ପିଜି କାଉନସିଲ ଅଧ୍ୟକ୍ଷାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଓ ସୋଶାଲ ମିଡ଼ିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ନେଇ ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁରଙ୍କ ନାମରେ ଅଭିଯୋଗ କରିଥିଲେ ନିଜେ ପିଜି କାଉନସିଲ ଅଧ୍ୟକ୍ଷା l […]
ସମ୍ବଲପୁର : ସମ୍ବଲପୁର ବିଶ୍ଵବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ନିଲମ୍ବିତ I କୁଳପତିଙ୍କ ନିର୍ଦେଶରେ କୁଳ ସଚିବ ସହକାରୀ ପ୍ରଫେସର ଡ଼.ରଜତ କୂଜ୍ଜୁରଙ୍କୁ ନିଲମ୍ବିତ କରିଛନ୍ତି I
ସୂଚନା ଅନୁଯାୟୀ ପିଜି କାଉନସିଲ ଅଧ୍ୟକ୍ଷାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଓ ସୋଶାଲ ମିଡ଼ିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ନେଇ ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁରଙ୍କ ନାମରେ ଅଭିଯୋଗ କରିଥିଲେ ନିଜେ ପିଜି କାଉନସିଲ ଅଧ୍ୟକ୍ଷା l ଏହାପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ ଡକ୍ଟର ରଜତ କୁଜୁରଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବନ କରାଯାଇଛି।
ତେବେ ଏହି ନିଲମ୍ବନ ଅବଧି ସମୟ ମଧ୍ୟରେ ବିଶ୍ଵ ବିଦ୍ୟାଳୟର ବିନା ଅନୁମତିରେ ଡକ୍ଟର ରଜତ କୁଜୁର ବିଶ୍ଵ ବିଦ୍ୟାଳୟର ପ୍ରଶାସନିକ ଭବନ, ସ୍ନାତକୋତ୍ତର ବିଭାଗ କିମ୍ବା ଲାଇବ୍ରେରିକୁ ପ୍ରବେଶ କରି ପାରିବେ ନାହିଁ ବୋଲି ନିଲମ୍ବନ ନୋଟିସରେ ଉଲ୍ଲେଖ ରହିଛି । ତେବେ ଏ ସମ୍ପର୍କରେ ସଂପୃକ୍ତ ପ୍ରଫେସରଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।




