ସମ୍ବଲପୁର : ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର : ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଛି I ହନୁମାନ ଜୟନ୍ତୀ ଉପଲକ୍ଷେ ବାହାରିଥିବା ରାଲିରେ ଉପୁଜିଥିବା ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ନେଇ ଗତ ୧୩ ତାରିଖରେ ପ୍ରଥମଥର ପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ୧୫ ତାରିଖରେ ଏହାର ଅବଧି ପୁଣି ବୃଦ୍ଧି କରାଯାଇଥିଲା। ଆଜି ସକାଳ ୧୦ଟାରେ ଏହାର ଅବଧି ସୁରୁଥିଲା। ତେବେ ସୋସାଲ […]

Samaya Live Picture
Published On

ସମ୍ବଲପୁର : ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଛି I ହନୁମାନ ଜୟନ୍ତୀ ଉପଲକ୍ଷେ ବାହାରିଥିବା ରାଲିରେ ଉପୁଜିଥିବା ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ନେଇ ଗତ ୧୩ ତାରିଖରେ ପ୍ରଥମଥର ପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ୧୫ ତାରିଖରେ ଏହାର ଅବଧି ପୁଣି ବୃଦ୍ଧି କରାଯାଇଥିଲା। ଆଜି ସକାଳ ୧୦ଟାରେ ଏହାର ଅବଧି ସୁରୁଥିଲା। ତେବେ ସୋସାଲ ମିଡିଆ ଅପବ୍ୟବହାର ଆଶଙ୍କାରେ ପୁଣି ୨୪ ଘଣ୍ଟା ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଲଗା ଯାଇଛି । ଏହି କଟକଣା ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ ରହିବ ।

ସୋସିଆଲ ମିଡିଆର ଅପବ୍ୟବହାର ଦ୍ୱାରା ପରିସ୍ଥିତି ଜଟିଳ ହେବା ନେଇ ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।ଏହି ସମୟରେ ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ବନ୍ଦ ରହିବ । ସେହିପରି ବନ୍ଦ ରହିବ ବ୍ରଡବ୍ୟାଣ୍ଡ ଡାଏଲ ଆପ୍‌ ସିଷ୍ଟମ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି I

ସୂଚନାମୁତାବକ ସମ୍ବଲପୁର ସହରରେ ହନୁମାନ ଜୟନ୍ତି ସାରି ଫେରୁଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ପ୍ରଥମେ ସେହି ଗୋଷ୍ଠୀ ର କିଛି ବ୍ୟକ୍ତି ଯୁବକଙ୍କ ଉପରକୁ ପଥର ମାଡ କରିଥିଲେ । ଏହାପରେ ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣଙ୍କୁ ହତ୍ୟା କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ପୋଲିସ ମୂତୟନ ହେବା ସହ ପରବର୍ତ୍ତି ସମୟରେ ଯେପରି କୌଣସି ଗଣ୍ଡୋଗଳ ନହୁଏ ସେଥିପାଇଁ ସମ୍ବଲପୁର ସହରରେ ୧୪୪ ଧାରା ଜାରି କରଯାଇଥିଲା । ଏତତ୍ ବତୀତ ପୋଲିସ ଡିଜି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।

ଅନ୍ୟପକ୍ଷରେ ସମ୍ବଲପୁରରେ ଆଜିଠୁ କୋହଳ ହୋଇଛି କର୍ଫ୍ୟୁ। ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ। ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା। ପରେ ତାର ସମୟ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି। ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ନରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଛି। ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

Tags: