ସମ୍ବଲପୁର : କର୍ଫ୍ୟୁ କୋହଳ,୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଉପରେ କଟକଣା
ସମ୍ବଲପୁର : ଧୀରେ ଧୀରେ ସମ୍ବଲପୁର ର ସ୍ଥିତି ସୁଧୁରି ଆସୁଥିବାବେଳେ ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ପାଇଁ କଟକଣା ଜାରି କରାଯାଇଛି I ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା […]
ସମ୍ବଲପୁର : ଧୀରେ ଧୀରେ ସମ୍ବଲପୁର ର ସ୍ଥିତି ସୁଧୁରି ଆସୁଥିବାବେଳେ ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ପାଇଁ କଟକଣା ଜାରି କରାଯାଇଛି I ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ଅନ୍ୟପଟେ ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯିବ । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି । ଏହି ୬ ଗିରଫଙ୍କୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି । ୧୨ ତାରିଖରେ ପଥର ମାଡ଼ ପାଇଁ ୩ ଗିରଫ ହୋଇଥିବା ବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ ଗିରଫ ହୋଇଛନ୍ତି ।
ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ପରେ କର୍ଫ୍ୟୁ ଜାରି ରହିଛି। ହିଂସା ବି ଥମିଛି। ଏଥିସହିତ ସମ୍ବଲପୁର ସହରରେ ଧୀରେ ଧୀରେ ସ୍ବାଭାବିକ ସ୍ଥିତି ଫେରୁଛି। ସେପଟେ ସମ୍ବଲପୁରରେ ଗତକାଲି ବି ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସମ୍ବଲପୁର ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ ଏବଂ ଯେତେ ଶୀଘ୍ର ସମ୍ଭବ ପ୍ରମାଣ ସଂଗ୍ରହ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି । ଗତକାଲି ସହରର କୌଣସି ଅଂଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।




