ବିନା ଅନୁମତିରେ ଛୁଟିରେ ରହିଲେ ଦରମା ବନ୍ଦ – ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ଓଡିଶା ରାଜସ୍ୱ ଅମଲା ସଂଘକୁ ଅପିଲ କଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ଅପିଲ୍ କରିଛନ୍ତି । ଆନ୍ଦୋଳନରୁ ନଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ । ବିନା ସ୍ୱୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ । ମନ୍ତ୍ରୀ କହିଛନ୍ତି, ଅମଲା ସଂଘର ଦାବିପତ୍ର ନେଇ ମୁଁ ଓ ଆମ ବିଭାଗ ସେମାନଙ୍କ ସହ ଆଲୋଚନା କରିଛୁ । କ୍ୟାଡର ପୁନର୍ଗଠନ ରାଜସ୍ୱ ବିଭାଗ ଅଧୀନ […]
ଭୁବନେଶ୍ୱର : ଓଡିଶା ରାଜସ୍ୱ ଅମଲା ସଂଘକୁ ଅପିଲ କଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ଅପିଲ୍ କରିଛନ୍ତି । ଆନ୍ଦୋଳନରୁ ନଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ । ବିନା ସ୍ୱୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ।
ମନ୍ତ୍ରୀ କହିଛନ୍ତି, ଅମଲା ସଂଘର ଦାବିପତ୍ର ନେଇ ମୁଁ ଓ ଆମ ବିଭାଗ ସେମାନଙ୍କ ସହ ଆଲୋଚନା କରିଛୁ । କ୍ୟାଡର ପୁନର୍ଗଠନ ରାଜସ୍ୱ ବିଭାଗ ଅଧୀନ ନୁହେଁ, ଜିଏ ବିଭାଗକୁ ଯାଇଛି, ଅପେକ୍ଷା ନକରି ଛୁଟିରେ ରହିଲେ ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି, ଛୁଟି ବାତିଲ ହେବ, ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଅମଲାଙ୍କ ଆନ୍ଦୋଳନ ଫଳରେ ଓଡ଼ିଶାବାସୀ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଅମଲାଙ୍କ ସମୂହ ଛୁଟି ଆବେଦନ ବାତିଲ୍ କରାଯିବ ।
ସୂଚନାନୁସାରେ,ବିଭିନ୍ନ ଦାବି ନେଇ ଓଡ଼ିଶା ରାଜସ୍ଵ ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ସମସ୍ତ କର୍ମଚାରୀଙ୍କ ମୂଳ ଦରମା ସହ ଲେବୁଲ -୯ରେ ସାମିଲ କରିବାକୁ ଦାବି କରୁଛନ୍ତି । ପୂର୍ବରୁ ମଧ୍ୟ ୯ ଦଫା ଦାବି ନେଇ ଅମଲା ସଂଘ ଆନ୍ଦୋଳନ କରିଥିଲା । ସେତେବେଳେ ସରକାର ଗୋଟିଏ ଦାବି ମାନି ନେଇଥିବା ବେଳେ ପୁଣି ଥରେ ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇଛି ।




