ରାଜ୍ୟର ସାହାରା ଜମାକାରୀ ଫେରି ପାଇବେ ଅର୍ଥ !

ଭୁବନେଶ୍ୱର : ସାହାରା ଜମାକାରୀ ଫେରି ପାଇବେ ଅର୍ଥ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶକ୍ରମେ,ଓଡିଶାରୁ କେତେ ଲୋକ ସାହାରା ଇଣ୍ଡିଆରେ ଅର୍ଥ ଜମା ରଖିଥିଲେ ଏ ସମ୍ପର୍କରେ ସମସ୍ତ ତଥ୍ୟ ରାଜ୍ୟ ସରକାର ଦାଖଲ କରୁଥିବା ଜଣା ପଡିଛି I ରାଜ୍ୟରେ କେତେ ନିବେଶକାରୀ ରହିଛନ୍ତି, ନିବେଶର ମୂଲ୍ୟ କେତେ, କାହାକୁ ଟଙ୍କା ମିଳିସାରିଲାଣି ଓ କାହାକୁ ମିଳିନାହିଁ ଏସମ୍ପର୍କିତ ତଥ୍ୟ ଦାଖଲ କରୁଛି ସମବାୟ ବିଭାଗ। ସୂଚନା ଅନୁସାରେ କେନ୍ଦ୍ର ସମବାୟ ସମିତି ନିବନ୍ଧକଙ୍କୁ ରାଜ୍ୟ […]

Samaya Live Picture
Published On

ଭୁବନେଶ୍ୱର : ସାହାରା ଜମାକାରୀ ଫେରି ପାଇବେ ଅର୍ଥ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶକ୍ରମେ,ଓଡିଶାରୁ କେତେ ଲୋକ ସାହାରା ଇଣ୍ଡିଆରେ ଅର୍ଥ ଜମା ରଖିଥିଲେ ଏ ସମ୍ପର୍କରେ ସମସ୍ତ ତଥ୍ୟ ରାଜ୍ୟ ସରକାର ଦାଖଲ କରୁଥିବା ଜଣା ପଡିଛି I ରାଜ୍ୟରେ କେତେ ନିବେଶକାରୀ ରହିଛନ୍ତି, ନିବେଶର ମୂଲ୍ୟ କେତେ, କାହାକୁ ଟଙ୍କା ମିଳିସାରିଲାଣି ଓ କାହାକୁ ମିଳିନାହିଁ ଏସମ୍ପର୍କିତ ତଥ୍ୟ ଦାଖଲ କରୁଛି ସମବାୟ ବିଭାଗ। ସୂଚନା ଅନୁସାରେ କେନ୍ଦ୍ର ସମବାୟ ସମିତି ନିବନ୍ଧକଙ୍କୁ ରାଜ୍ୟ ୨୬ଟି ଜିଲ୍ଲାରେ ସାହାରାରେ ନିବେଶ ହୋଇଥିବା ଅର୍ଥ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସାରିଥିବା ବେଳେ ବଳକା ୪ଟି ଜିଲ୍ଲାର ତଥ୍ୟ ବାକି ଅଛି। ତେଣୁ ଏହି ୪ ଜିଲ୍ଲାର ତଥ୍ୟ ଯଥାଶୀଘ୍ର ଦାଖଲ ପାଇଁ କେନ୍ଦ୍ର ସମବାୟ ସମିତି ନିବନ୍ଧକ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହାପରେ ଉପ ଓ ସହକାରୀ ନିବନ୍ଧକମାନଙ୍କ ଜରିଆରେ ତଥ୍ୟ ସଂଗ୍ରହ ନେଇ ରାଜ୍ୟ ସମବାୟ ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂଗୃହୀତ ତଥ୍ୟ ସବୁ କେନ୍ଦ୍ର ସମବାୟ ନିବନ୍ଧକଙ୍କ ସମେତ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା ଓ ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆକୁ ପ୍ରଦାନ କରାଯିବ। ସାହାରା କ୍ରେଡିଟ୍‌‌ କୋପରେଟିଭ୍‌‌ ସୋସାଇଟି ଲିମିଟେଡ୍‌‌, ହୁମର ଇଣ୍ଡିଆ କ୍ରେଡିଟ୍‌‌ କୋପରେଟିଭ୍‌‌ ସୋସାଇଟି ଲିମିଟେଡ୍‌‌, ସାହାରୟନ ମଲ୍ଟିପ୍ରପୋଜ୍‌‌ କୋପରେଟିଭ୍‌‌ ଲିମିଟେଡ୍‌‌ ପ୍ରମୁଖ କେନ୍ଦ୍ର ସରକାରଙ୍କର ବହୁ ରାଜ୍ୟ ସମବାୟ ସମିତି ଆଇନ, ୨୦୦୨ ଦ୍ୱାରା ପଞ୍ଜୀକୃତ ହୋଇଛନ୍ତି।

ତେଣୁ ରାଜ୍ୟରେ ଏଭଳି ସମବାୟ ସମିତିଗୁଡ଼ିକର ଅନେକ ଶାଖା ରହିଥିବା ବେଳେ ରାଜ୍ୟବାସୀମାନେ ବହୁ ମାତ୍ରାର ଟଙ୍କା ଏଠାରେ ନିବେଶ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ସାହାରାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ସମ୍ପୃକ୍ତ ସଂସ୍ଥା ଲୋକଙ୍କଠାରୁ ଆଣୁଥିବା ସମସ୍ତ ଟଙ୍କା ସାହାରାରେ ନିବେଶ କରିଛି। ଗୁରୁତ୍ବପୂର୍ଣ୍ଣ କଥାହେଲା ରାଜ୍ୟ ସମବାୟ ନିବନ୍ଧକଙ୍କ ପାଖରେ ଏସବୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ନାହିଁ। ତେବେକେନ୍ଦ୍ର ସମବାୟ ସମିତି ନିବନ୍ଧକଙ୍କ ମାଧ୍ୟମରେ ପଞ୍ଜିକୃତ ଓ ପରିଚାଳିତ ହେଉଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର କେନ୍ଦ୍ର ନିକଟରେ ରହିଛି।

Tags: